ଗୁପ୍ତେଶ୍ୱର ପୀଠରେ ଶ୍ରାବଣ ସୋମବାର ଉପଲକ୍ଷେ ବୋଲବମ ଭକ୍ତଙ୍କ ଆଗମନ

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ବୈପାରିଗୁଡା :- ଶ୍ରାବଣ ମାସର ପ୍ରଥମ ସୋମବାର ଆଜି ପଡୁଥିବା ବେଳେ ବୋଲବମ ଭକ୍ତ କାନ୍ଧରେ ପାଣିଭାର ନେଇ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ପୀଠକୁ ଯାଉଥିବାର ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା କାରଣରୁ କାଉଡିଆ ବୋଲବମ ଭକ୍ତ ମାନେ ଗୁପ୍ତେଶ୍ୱର ପୀଠକୁ ଜଳାଭିଷେକ କରିବା ପାଇଁ ବାରଣ ହୋଇଥିବା ବେଳେ ଚଳିତ ବର୍ଷ ଜଳାଭିଷେକ କରିବା ନେଇ ସେପରି କିଛି କଟକଣା ନଥିବା ରୁ ଶୁକ୍ରବାର ଦିନ ଠାରୁ ଭକ୍ତ ମାନେ ଚାଲି ଚାଲି ଗୁପ୍ତେଶ୍ୱର ପୀଠ ଯାଉଥିବାର ଦେଖାଯାଇଛି ।

ତେବେ ରବିବାର ସକାଳୁ ସକାଳୁ ଛୋଟ ବଡ ସହ ମହିଳା ମାନେ ବୋଲବମ ହରହର ବମ , ହର ହର ମହାଦେବ ଧ୍ୱନିରେ ରାସ୍ତାଘାଟ କମ୍ପିବା ସହ ଖାଲି ପାଦରେ ଗୁପ୍ତେଶ୍ୱର ପୀଠକୁ ଚାଲିଚାଲି ଯାଉଥିବାର ଜଣାପଡିଛି । ଆଜି ପ୍ରଥମ ପାଳି ଆଜି ପଡୁଥିବାରୁ ଭକ୍ତ ସଂଖ୍ୟା କମ ରହିଥିଲେ ମଧ୍ୟ ଜନସାଧାରଣ ମାନେ ମଧ୍ୟ ବହୁମାତ୍ରାରେ ଯାଇ ଦର୍ଶନ କରିଛନ୍ତି ବାବା ଗୁପ୍ତେଶ୍ୱରଙ୍କୁ । ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଗୁପ୍ତୋଶ୍ୱର ପୀଠରେ ଜଳାଭିଷେକ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡିଛି ।

ସେହି ପରି ଭାବେ ରାମଗରି ଛକରେ ବୋଲବମ କାଉଡିଆଙ୍କୁ ସେବା ଯୋଗାଇ ଦେବାକୁ ନେଇ ଚା , ବିସ୍କୁଟ୍ , ପାନୀୟଜଳର ବ୍ୟବସ୍ଥା ବୈପାରିଗୁଡା ସ୍ଥିତ ଓଡିଶା ଡ୍ରାଇଭର ମହାସଂଘର ବୈପାରିଗୁଡା ସଦସ୍ୟ ମାନଙ୍କ ପକ୍ଷରୁ ଆୟୋଜନ କରିଥିବାର ଦେଖିବାକୁ ମିଳିଛି । ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ବିଡିଓ ଅଭିମନ୍ୟୁ କବି ଶତପଥି, ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ସହିତ ସମସ୍ତ ବିଭାଗର କର୍ମଚରୀ ମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବାର ଜଣାପଡିଛି ।