ଅପହଂଚ ଇଲାକାର କରୁଣ କାହାଣୀ : ରାସ୍ତା ନାହିଁ କି ପୋଲ ନାହିଁ – ଖଟିଆରେ ବୁହା ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗଲେ ବୃଦ୍ଧ

ସରକାର ଆମ ଦୁଃଖ କେବେ ବୁଝିବେ : ୫ଟି ଙ୍କ ନଜରରେ ପଡୁନି ବୈପାରିଗୁଡ଼ା ବ୍ଲକ୍ ର କିଛି ଦୁର୍ଗମ ଅଞ୍ଚଳ – ୪ କିଲୋମିଟର ରୋଗୀଙ୍କୁ ବୁହାହେଉଛନ୍ତି ଖଟିଆରେ

ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ବୈପାରିଗୁଡା :- ରାଜ୍ୟ ସରକାର ଗାଁ ଠାରୁ ସହରର ଦୂରତା କମାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ରାସ୍ତା । ହେଲେ ପ୍ରଶାସନର ଆନ୍ତରିକତାର ଅଭାବ ପାଇଁ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ । ମୁଖ୍ୟ ସଡକରୁ ବିଭିନ୍ନ ଦୁର୍ଗମ ଗ୍ରାମକୁ ଭଲ ପକ୍କାରାସ୍ତା ନଥିବା ବେଳେ ଗ୍ରାମବାସୀ ବାରମ୍ବାର ଗୁହାରି କଲେ ମଧ୍ୟ କେହିଁ ଗୁହାରୀ ଶୁଣିବାକୁ ନାରାଜ । ପାହାଡି ରାସ୍ତା ଏବେ ପାଲଟିଛି ମରଣଯନ୍ତ୍ର । ଗାଁକୁ ଯିବା ପାଇଁ ନାହିଁ ରାସ୍ତା ଅଥବା ଗାଁ ନିକଟରେ ଥିବା ନଦୀ ଉପରେ ନାହିଁ ପୋଲର ବ୍ୟବସ୍ଥା । ତେଣୁ ଗାଁ କୁ ପହଂଚି ପାରି ନାହିଁ ଆମ୍ବୁଲାନ୍ସ କି ଅନ୍ୟ କିଛି ଯାନବାହାନ । ରୋଗ ବୈରାଗ ସମୟରେ ବୈପାରିଗୁଡା ବ୍ଳକର କିଛି ଦୁର୍ଗମ ଅଂଚଳର ଲୋକଙ୍କ ଭରସା କେବଳ ଖଟିଆ ।

ବର୍ଷା ସମୟରେ ଭରା ନଦୀ ଓ ପାହାଡିଆ ରାସ୍ତା ଦେଇ ଖଟିଆରେ ରୋଗୀ ବୁହା ହୋଇ ପାର କରନ୍ତି ଗ୍ରାମବାସୀ । ଏଭଳି ସ୍ଥିତିରେ ଜଣେ ବୃଦ୍ଧଙ୍କ ଯନ୍ତ୍ରଣା ଦେଖିବାକୁ ମିଳିଛି କୋରାପସ୍ୱଙ୍କ ଜିଲ୍ଲା ବୈପାରିଗୁଡା ବ୍ଲକର ଦୁର୍ଗମ ଅଂଚଳ ଭାବେ ପଡି ରହିଥିବା ବୋଦାପୁଟ ପଂଚାୟତର ନୁଆଗୁଡା ଗାଁ ରେ । ଗାଁର ଘନ ଟାକ୍ରି ଙ୍କ ହେଦ ଖରାପ ହେବା ପରେ ଆମ୍ବୁଲାନ୍ତ୍ର ସହ ଯୋଗାଯୋଗ କରିଥିଲେ ପୁଅ ଧନସାଇ । କିନ୍ତୁ ଗାାଁ କୁ ଆମ୍ବୁଲାନ୍ତ୍ର ଯିବା ପାଇଁ ରାସ୍ତା ନଥିବା ବେଳେ ଗାଁ ଠାରୁ ବାହାରିବା ପରେ ନଦୀ ପାହାଡିଆ ରାସ୍ତା ଦେଇ ପ୍ରାୟ ୪ କିଲୋମିଟର ରୋଗୀଙ୍କୁ ଏକ ଖଟିଆରେ ବୋହି ପି.ମାଳିଗୁଡା ଆଣିବା ପରେ ଆମ୍ବୁଲାନ୍ତ୍ର ଯୋଗେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇ ଥିବାର ଜଣାପଡିଛି । ସୂଚନାଯୋଗ୍ୟ ଯେ ସ୍ୱାଧିନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ବୈପାରିଗୁଡା ବ୍ଲକର ଅନେକ ଦୁଗର୍ମ ଅଂଚଳ ରହିଛି ଯେଉଁ ଠି କୁ ଗମନା ଗମନ ପାଇଁ ରାସ୍ତା ଅଥବା ପୋଲର ବ୍ୟବସ୍ଥା ନଥିବାରୁ ଲୋକେ ଦୁର୍ବିସହ ଜୀବନ ବିତାନ୍ତି ।

ବ୍ଲକ କଥା ଛାଡନ୍ତୁ ପଂଚାୟତ ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗ ପାଇଁ ରାସ୍ତା ନଥିବାରୁ ଅନେକ ସମୟରେ ଅସୁବିଧାର ସମ୍ମୁଖ୍ୟନ ହେଇଥାନ୍ତି ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକେ । ବର୍ଷା ହେଉଥିବା ସମୟରେ କୌଣସି ଲୋକ ରୋଗରେ ଶିକାର ହେଲେ ଅବା କୌଣସି ମହିଳା ଗର୍ତି ଯନ୍ତ୍ରଣାରେ ଛଟପଟ ହେଲେ ଭରସା କେବଳ ଭଗବାନ । ଖଟିଆରେ ଡାକ୍ତରଖାନାକୁ ନିଆଯାଉଥିବା ରୋଗୀ ପୁଣି ଏବେ ବିପଦ ଜନକ ଅବସ୍ଥାରେ ଖଟିଆରେ ବୁହା ହେଇ ୪ କିଲୋମିଟର ରାସ୍ତା ପଥର ,ଜଙ୍ଗଲ ପାର ହେଇ ଯିବାକୁ ପଡୁଥିବା ର ଦୁଃଖ୍ୟ ସବୁ ସମୟରେ ଏହି ଅଂଚଳରେ ଦେଖାଯାଉଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା ରାଜ୍ୟ ସରକାର କରୁନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

ବିକାଶର ନାରା ଦେଉଥିବା ସରକାର ଓ ପ୍ରଶାସନ କେବେ ଏହି ଗାଁର ରାସ୍ତା ନିର୍ମାଣ ଉପରେ ଗୁରୁୂତ୍ୱ ଦେବେ ? ତାହା ଦେଖିବାକୁ ବାକି ରହିଲା । ଗ୍ରାମର ରାସ୍ତାକୁ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନି । ଯଦ୍ୱାରା ଗ୍ରାମବାସୀ ରାସ୍ତା ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖ୍ୟନ ହେଉଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।