କରୋନା ସଂକ୍ରମଣକୁ ରୋକିବା ପାଇଁ : ଛାତ୍ରଛାତ୍ରୀ ମାନଙ୍କୁ ଟିକା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପାଲ୍ଲୀ ସଦର ମହକୁମାରେ ଥିବା ହାଇସ୍କୁଲ ଠାରେ ୧୨ ରୁ ୧୪ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଟିକା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୪୯ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ବିଜୟ କୁମାର ନାୟକ ପିଲାଙ୍କୁ ସ୍ୱାସ୍ଥ୍ୟର ସୁରକ୍ଷା ଓ ସ୍ବାସ୍ଥ୍ୟତା ରକ୍ଷା କରିବା ସହ କରୋନା ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲା । ଏହାସହ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର୍ ବ୍ୟବହାର ନେଇ ପିଲାଙ୍କୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଲଦାପାଲ୍ଲୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ପଦ୍ଦାର ସମେତ ସହକାରୀ ଶିକ୍ଷକ ଓ ଆଶା ଦିଦି ପ୍ରମୁଖ ଉପସ୍ଥିତ ଥିଲେ ।