ବୁଲେଟ୍ ଚୋରି ନେଇ ଥାନାରେ ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁଲାଇ ଶୁକ୍ରବାର/ବୈପାରିଗୁଡା :- ଗତ କାଲି ରାତ୍ରିରେ ଶୋଇବା ସମୟରେ ଘର ପାଖରେ ଥିବା ବୁଲେଟ୍ ଗାଡି ସକାଳେ ଦେଖିବା ବେଳେ ଚୋରି ! ତେବେ ଘର ଆଗରେ ଥିବା ବୁଲେଟ ଗାଡି ଚୋରି ହୋଇଥିବା ଅନୁମାନ କରି ବୈପାରିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାର ଜଣାପଡିଛି ! ବୈପାରିଗୁଡା ଗ୍ରାମସ୍ଥିତ ବିରଖମ୍ବ ସାହିରେ ରହୁଥିବା ବରିଷ୍ଟ ବିଜେଡି ନେତା ଶ୍ରୀନିବାସ ରାଓ ତାଙ୍କ ବୁଲେଟ ନଂ OD 10 J 0095ଗାଡି ରାତ୍ରିରେ ଘର ପାଖରେ ରଖି ଶୋଇବା ପାଇଁ ଚାଲିଯାଇଥିଲେ !

ସକାଳେ ଉଠି ଦେଖିବା ବେଳେ ଗାଡି ଘର ପାଖରେ ନଥିବାରୁ କେହିଁ ଚୋର ତାଙ୍କ ଗାଡି ରାତ୍ରିରେ ଚୋରି କରି ନେଇଯାଇଥିବାର କହିଛନ୍ତି ! ଗତ କିଛି ଦିନ ହେବ ବୈପାରିଗୁଡା ଅଂଚଳ ରେ ଚୋରି ବୁଦ୍ଧି ପାଇଥିବା ବେଳେ ଏହି ଗୋଟିଏ ଘଟଣା ନୁହେିଁ ଗତ ସପ୍ତାହ ମଧ୍ଯରେ ବିରଖମ୍ବ ସାହି ଲଗାତାର ଭାବେ ଚୋରି ହେଉଥିବାର କୁହାଯାଉଛି !

କିଏ ଥାନାରେ ଅଭିଯୋଗ କରୁଛନ୍ତି ତ କିଏ ଚୁପ୍ ହୋଇ ବସି ଯାଉଛନ୍ତି ! ସେହି ଗୋଟିଏ ସାହିରେ ଚୋରି ବୁଦ୍ଧି ପାଇଥିବା ବେଳେ ଏହି ଚୋରଦଳ କୁ ଧରିବାରେ ପୋଲିସ ବିଫଳ ହେଉଛି ବୋଲି ଅଭିଯୋଗ କରୁଛନ୍ତି ସାହିବାସିନ୍ଦା ! ପୋଲିସ ପକ୍ଷରୁ ରାତ୍ରି କାଳୀନ ପାଟ୍ରୋଲିଂ ବଢାଇବା ନେଇ ସାଧାରଣରେ ଦାବି ହେଉଛି !