ସାଇବର ଅପରାଧୀ ର ଶିକାର ହେଲେ ପୂର୍ଣ୍ଣ , ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ବୈପାରିଗୁଡା :- ମୋବାଇଲରେ ମେସିଜ ଆସିଲା ତାହା ପରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଏମିତି କିଛି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ କୋଲାର ପଂଚାୟତର ନୂଆଗୁଡା ଗ୍ରମାରେ । ତେବେ ଶୁଣିଲେ ଆଶ୍ଚର୍ଯ ଲାଗିବ ଯେ ଏକା ଥର ରେ ନୁହେିଁ ବାରମ୍ବାର ସେହି ଗୋଟିଏ ଏକାଉଣ୍ଠରୁ ଗୋଟିଏ ଓଟିପି ମାଧ୍ୟମରେ ଠକେଇ କରିି ନେଇଛନ୍ତି ୧ ଲକ୍ଷ ୩୦ ହଜାର ଟଙ୍କା । ନୁଆଗୁଡା ଗ୍ରାମର ପୂର୍ଣ୍ଣ ଗାଦବାଙ୍କ ଓଆଇବି ବ୍ୟାଙ୍କରେ ଏକାଉଣ୍ଠ ରହିଥିବା ସ୍ଥଳେ ତାଙ୍କ ବ୍ୟାଙ୍କ ଖାତାରେ ୧ ଲକ୍ଷ ୩୦ ହଜାର ଟଙ୍କା ରହିଥିଲା ।

୨ ତାରିଖ ଦିନ ତାଙ୍କୁ ଏକ ଫୋନ କଲ ଆସିବା ପରେ ତମ ଫୋନକୁ ଏକ ଓଟିପି ଯାଇଥିବା କହି ଠକ ସଂସ୍ଥା ଓଟିପି ମାଗିଥିଲେ । ତାହା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ । ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଡିଆର ବେଲଜ୍ ନାମରେ ଜଣଙ୍କ ଆକାଉଣ୍ଠରେ ଛୋଟ ବଡ ସଂଖ୍ୟାକ ଟଙ୍କା ଡିପଜିଟ୍ ହୋଇଥିବାର ଦେଖାଯାଇଛି । ତେକେ ବେଳେ ୫୦ ହଜାର ଟଙ୍କା ଠକେଇ କରି ନେଇଛି ତ କେତେ ବେଳେ ୧୦୦ ଟଙ୍କା ମଧ୍ୟ ପୂର୍ଣ୍ଣ ଙ୍କ ଏକାଉଣ୍ଠରୁ ଲୁଟ କରି ନେଇଛି ଏହି ଡିଆର ବେଲଜ୍ ନାମକ ଯୁବକ କିମ୍ବା ସଂସ୍ଥା ।

ତେବେ ଘଟଣା ବିଷୟରେ କାଲି ପୂର୍ଣ୍ଣ ଜାଣିବା ପରେ ଆଜି ସ୍ଥାନୀୟ ବ୍ୟାଙ୍କକୁ ଯାଇ ବୁଝାସୁଝା କରିବା ବେଳେ ତାଙ୍କ ଖାତାରୁ ଲକ୍ଷ ୩୦ ହଜାର ଅନ୍ୟ ଜଣେ ଏକାଉଣ୍ଠକୁ ଚାଲି ଯାଇଥିବା ନେଇ ସୂଚନା ପାଇବା ପରେ ବରିଷ୍ଟ କଂଗ୍ରେସ କର୍ମୀ ସତ୍ୟନାରାୟଣ ମହାନ୍ତିଙ୍କୁ ଘଟଣା ବିଷୟରେ କହିଥିଲେ । ଏବେ ସତ୍ୟନାରାୟଣ ମହାନ୍ତିଙ୍କୁ ସହାୟତାରେ ବ୍ୟାଙ୍କ କୁ ଯାଇ ସମସ୍ତ ଘଟଣା ବିଷୟରେ ବୁଝିବା ପରେ ଥାନାକୁ ଯାଇ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଏହା ସାଇବର ସେଲ ଘଟଣା ହୋଇଥିବାରୁ ଥାନା ପକ୍ଷରୁ ପୂର୍ଣ୍ଣ କୁ ସଚେତନତା କରାଇ କୋରାପୁଟ ସ୍ଥିତ ସାଇବର ଥାନାକୁ ଯାଇ ଅଭିଯୋଗ କରିବା ପାଇଁ ପରାର୍ମଶ ଦିଆଯାଇଥିବା ନେଇ କହିଛନ୍ତି ବୈପାରିଗୁଡା ଥାନା ଏସଆଇ ନରସିଂହ ପାଢୀ ।