ବୈପାରିଗୁଡା ବ୍ଳକରେ ଲଗାଣ ବର୍ଷାରେ ବ୍ୟବସାୟ ସଂସ୍ଥା ଭିତରେ ପଶୁଛି ପାଣି

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ବୈପାରିଗୁଡା :- ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ବେଳେ ଏହାର ପ୍ରଭାବରେ ମଧ୍ୟ ବୈପାରିଗୁଡା ବ୍ଳକରେ କିଛି ଦିନହେବ ଲଗାଣ ବର୍ଷା ହେବା ଫଳରେ ବ୍ଲକର କିଛି ସ୍ଥାନରେ ରହିଥିବା ଘର ଓ ବ୍ୟବସାୟୀସଂସ୍ଥା ଭିତରେ ବର୍ଷା ପାଣି ପଶୁଥିବାର ଦେଖାଯାଇଛି । ତେବେ ରାମଗିରି , ଦଣ୍ଡାବାଡି ଅଂଚଳ ର କିଛି ଲୋକଙ୍କ ଦୋକାନ ଘରେ ଭିତରେ ବର୍ଷା ଜଳ ପ୍ରବେଶ କରି ଜିନିଷପତ୍ର ଗୁଡିକ ନଷ୍ଟ ହୋଇଥିବା କହିଛନ୍ତି ଦୋକାନ ମାଲିକ ।

ଲୋକେ ମନଇଚ୍ଛା ଘର ଗୁଡିକ ଏଠି ସେଠି ନିର୍ମାଣ କରୁଥିବା ବେଳେ ବର୍ଷା ଦିନେ ଏହାର ପ୍ରଭାବ ସିଧାସଳଖ ଅନ୍ୟ ଲୋକଙ୍କ ଉପରେ ପଡୁଥିବାର ନଜର ଏବେ ଦେଖିବାକୁ ମିଳିଛି ରାମଗିରି ଗ୍ରାମରେ । କିଛି ଗ୍ରାମ ରେ ସାହି କିମ୍ବା ରାସ୍ତା କଡରେ ନାଳ ନ ଥିବା ବେଳେ ଯେଉଁ ସ୍ଥାନରେ ନାଳ ରହିଛି ତାହା ମଧ୍ୟ ଏବେ ପୋତି ହୋଇଗଲାଣି ।

ବୈପାରିଗୁଡା ବ୍ଲକ ଦେଇ ରାଚିଂ ବିଜୟୱାର୍ଡ ଜାତୀୟ ରାଜପଥ ଯାଇଥିବା ବେଳେ ରାସ୍ତାର ଦୁଇ କଡରେ ବଡ ବଡ ନାଳ ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ଷା ହେବା ଫଳରେ ନାଳରେ ପାଣି ନ ଯାଇ ରାସ୍ତା ଉପରେ ହିଁ ଯାଉଥିବାର ଦେଖିବାକୁ ମିଳୁଛି । ଯେଉଁ ପଂଚାୟତର ସାହି,ଗଳି କିମ୍ବା ରାସ୍ତା କଡ ଗୁଡିକରେ ନାଳ ନାହିଁ ସେହି ସ୍ଥାନରେ ପ୍ରଶାସନ ତରଫରୁ ନାଳ ନିର୍ମାଣ କରିବା ନେଇ ସାଧାରଣରେ ମତ ପ୍ରକାଶ ପାଉଛି ।