ହରିପୁର ହାଇସ୍କୁଲ ର ଛାତ୍ରୀ ମନୀଷା ପଣ୍ଡା ହେଲେ ନୂଆଗାଁ ବ୍ଲକ୍ ଟପ୍ପର

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ୮ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ରେ ଏ ୧ ଗ୍ରେଡ଼ ରେ ରହିଥିବା ବେଳେ ସୋମନାଥ ଦେବ ବିଦ୍ୟାପୀଠ, ହରିପୁର ହାଇସ୍କୁଲ ର ସର୍ବାଧିକ ୫ ଜଣ ଛାତ୍ର ଛାତ୍ରୀ ଏ ୧ ଗ୍ରେଡ଼ ରେ ରହିଛନ୍ତି ।

ହରିପୁର ହାଇସ୍କୁଲ ର ଛାତ୍ରୀ ମନୀଷା ପଣ୍ଡା ସର୍ବାଧିକ ୫୭୨ ନମ୍ବର ରଖି ନୂଆଗାଁ ବ୍ଲକ୍ ଟପ୍ପର ହୋଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ମଞ୍ଜରୀ ମହାପାତ୍ର ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଞ୍ଚଳବାସୀ ଛାତ୍ରୀ ମନୀଷା ପଣ୍ଡା ଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।