ରଣପୁର ରେ କେବେ ଆରମ୍ଭହେବ ରଥ କାମ – ତହସିଲଦାରଙ୍କୁ ଭେଟିଲେ ପ୍ରେସ କ୍ଲବ ସଙ୍ଘ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା ,ରଣପୁର,ରିପୋର୍ଟ /ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ୨୦ ମଇ ବୁଧବାର :- ରଥଯାତ୍ରା ଆଉ ଅଳ୍ପ ଦିନ ଥିବା ବେଳେ ପୁରୀ, ବାରିପଦା ଆଦି ସ୍ଥାନରେ ରଥ ନିର୍ମାଣ କାର୍ଯ୍ୟ ତୀବ୍ର ବେଗରେ ଆଗେଇ ଚାଲି ଥିବା ବେଳେ ଅଦ୍ୟାବଧି ରଣପୁରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ରଥ ନିର୍ମାଣ ପାଇଁ ରଣପୁର ଦେବୋତ୍ତର ବିଭାଗର ତତପରତା ପ୍ରକାଶ ପାଇ ନ ଥିବା ଦେଖି ଆଜି ରଣପୁର ସାମ୍ବାଦିକମାନେ ପ୍ରେସ କ୍ଲବ ସଙ୍ଘର ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟଙ୍କୁ ଭେଟି ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟ ନେଇ ଦାବି ଉପସ୍ଥାପନା କରିଥିଲେ ।

ଓଡିଶାର ଦ୍ଵିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ଦୀର୍ଘ ବର୍ଷ ଧରି ଚାଲି ଆସୁଥିଲା ବେଳେ ଚଳିତ ବର୍ଷ ରଥ ନିର୍ମାଣ ନେଇ ଅଚଳା ଅବସ୍ଥା ଦେଖା ଦେଇଛି । ଚଳିତ ବର୍ଷ ରଥ ନିର୍ମାଣ ଆରମ୍ଭ ହୋଇ ନ ଥିବା ଯୋଗୁଁ ରଣପୁର ଜନ ସାଧାରଣ ଓ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରେସ କ୍ଲବ ସଙ୍ଘର ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଉପ-ସଭାପତି ଅଭିମନ୍ୟୁ ମହାରଣା, ସମ୍ପାଦକ ବ୍ରଜ ରଣସିଂହ, ରଘୁନାଥ ନାୟକ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ, ପ୍ରଭାତ ପ୍ରଧାନଙ୍କ ସହ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଦାବି ଉପସ୍ଥାପନା କରିଥିଲେ ।