ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ବରାହ ନୃସିଂହ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି  :- ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜି ଦିଅଁଙ୍କୁ ବରାହ ନୃସିଂହ ଅବତାରରେ ବେଶ ଆକାଶରଣୀୟ ଭାବେ ସଜ୍ଜିତ କରାଯାଇଛି I ପାରଳାଖେମୁଣ୍ଡି ରଥଯାତ୍ରା ଦକ୍ଷିଣ ଓଡ଼ିଶାର ବେଶ ଲୋକପ୍ରିୟ ରଥଯାତ୍ରା ଅଟେ I ଆନ୍ଧ୍ର ସୀମାନ୍ତରେ ପାରଳାଖେମୁଣ୍ଡି ସହରଟି ଅବସ୍ଥିତ ଥିବାରୁ ଆନ୍ଧ୍ର ସମେତ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଠାରେ ରଥଯାତ୍ରା ଅବସରରେ ବେଶ ସମାଗମ ହୁଅନ୍ତି I ଲୋକପ୍ରିୟ ପାରଳାଖେମୁଣ୍ଡି ରଥଯାତ୍ରାର ଆଜି ଚତୁର୍ଥ ଦିବସରେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ବରାହ ନୃସିଂହ ଅବତାରରେ ବେଶ ଆକଷରଣୀୟ ଭାବେ ସଜ୍ଜା ଯାଇଛି I

ଆଜିର ଏହି ମହତ୍ୱପୂର୍ଣ୍ଣ ଅବତାର ଦେଖିବା ପାଇଁ ଆନ୍ଧ୍ର ସମେତ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି I ଭକ୍ତ ଓ ଶ୍ରଦ୍ଧାଳୁମାନେ ପାରଳା ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ଦିଅଁଙ୍କୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପୂଜାପାଠ କରିବା ସହ ଦ୍ୱିପଦାନ କରୁଥିବା ଲକ୍ଷ୍ୟ କରାଯାଇଛି I ଏହାପରେ ଭକ୍ତମାନେ ଯାତ୍ରାର ବିଭିନ୍ନ ପସରା, ରାମଦୋଳି ଆଦିର ମଜା ନେଉଛନ୍ତି I ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗଜପତି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ