ନୟାଗଡ ଜିଲ୍ଲାରେ କ୍ଯୁରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଜଣଙ୍କର ମୃତ୍ୟୁ – ବାହାଡାଝୋଲା ସଂଗରୋଧ କେନ୍ଦ୍ର

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ ) ୨୦ ମଇ ବୁଧବାର :- ନୟାଗଡ ଜିଲ୍ଲା ରେ ଏକ ସଂଗରୋଧ କେନ୍ଦ୍ରରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ପରଲୋକ ହୋଇଯାଇଛି । ତେବେ ମୃତ୍ୟୁ ହୋଇଥିବା ବ୍ୟକ୍ତି ର କୌଣସି ଲକ୍ଷଣ କରୋନା ସମ୍ପର୍କିତ ନଥିଲା । ଏପରିକି ଉକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ନଥିବା ଜଣା ପଡିଛି । ତେବେ ଜିଲ୍ଲାପ୍ରଶାସନ ମୃତ ବ୍ୟକ୍ତି ର ସମସ୍ତ ପ୍ରକାର ଦାୟିତ୍ୱ ନେଇ ଆଇନ ଗତ ଭାବେ ଯାହା ବ୍ୟବସ୍ଥା କରାଯିବା କଥା ସେ କଥା ନିଜେ ଜିଲ୍ଲାପାଳ ଦାୟିତ୍ୱ ନେଇ ବୁଝୁଥିବା ଜଣା ପଡିଛି ।

ତେବେ ଏହି ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ଜଣାପଡ଼ିଥିବା ବେଳେ କେଉଁ କାରଣରୁ ହେଲା ସେଥିପାଇଁ ପୋଷ୍ଟମର୍ଟମ ରିପୋର୍ଟ କୁ ଅପେକ୍ଷା କରାଯାଇଥିବାବେଳେ କେତେକଙ୍କ ଠାରୁ ଏହା ଅସମର୍ଥୀତ ଭାବେ ହୃଦଘାତ ଜନିତ ବୋଲି ଶୁଣିବାକୁ ମିଳୁଛି । ତେବେ ମୃତକ ବାହାଡାଝୋଲା ସଂଗରୋଧ କେନ୍ଦ୍ରରେ ରହୁଥିଲେ ବୋଲି ଜଣାପଡିଛି । ତେବେ ସମସ୍ତେ ଶବ ବ୍ୟବଛେଦ ରିପୋର୍ଟ କୁ ଅପେକ୍ଷା କରିଛନ୍ତି ।