ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଲା ତିନି ରଥ : ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ

ଓଡ଼ିଶା ତାଜା ନ୍ୟୁଜ୍/୨ ଜୁଲାଇ ଶନିବାର/ରଣପୁର :- ଦୀର୍ଘ ଦୁଇ ବର୍ଷ ପରେ କୋଟି କୋଟି ଲୋକଙ୍କର ମଉଡମଣି ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ରଣପୁର ରେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି । ଗତ ଶୁକ୍ରବାର ଦିନ ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ ଅନୁଷ୍ଠିତ ହେବା ପାଇଁ ପ୍ରଶାସନ ପକ୍ଷରୁ ତିନିରଥ କୁ ପୋଲିସ ର କଡ଼ାକଡ଼ି ସୁରକ୍ଷା ବଳୟ ଓ ପ୍ରଶାସନ ର ସୁବ୍ୟବସ୍ଥିତ ଢଙ୍ଗରେ ରଥ ଟଣା ଅନୁଷ୍ଠିତ ହୋଇଯାଇଛି ।

ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ସୁଭଦ୍ରାଙ୍କ ଦେବଦୋଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ଲକ୍ଷାଧିକ ଭକ୍ତ ସମାଗମ ସହିତ ପୋଲିସ ପ୍ରଶାସନ ର ସହାୟତା ରେ ରଥ ଟଣା ଯାଇ ମହାପ୍ରଭୁ ଙ୍କ ଜନ୍ମ ବେଦୀ ରେ ପହଞ୍ଚାଇ ଦିଆଯାଇଥିଲା । ତେବେ ଶନିବାର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତ ମାନେ ଟାଣି ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ ।

୨ବର୍ଷ ଧରି କରୋନା ପାଇଁ ରଥ ଯାତ୍ରା ହୋଇନଥିବାରୁ ଭକ୍ତ ମହଲରେ ବିଶେଷ ଆଗ୍ରହ ଦେଖାଦେଇଥିଲା । ଅପରାହ୍ନ ୫ ଟାରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ସେଠାରେ ତିନିରଥରେ ଶ୍ରୀଜୀଉ ଙ୍କ ସନ୍ଧ୍ୟା ଆଳତି ସମାପନ ହୋଇଥିଲା ।

ଏବଂ ସଂଧ୍ୟା ଆଳତି ପରେ ୩ ଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରାଯାଇ ପ୍ରଭୂଙ୍କୁ ଜନ୍ମବେଦୀରେ ନିଆଯାଇଛି । ତେବେ ରବିବାର ସମସ୍ତ ନିତି କାନ୍ତି ପରେ ଆଡପମଣ୍ଡପରେ ୩ ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ରଥ ଟଣାରେ ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ,

ସ୍ଥାନୀୟ ତହସିଲଦାର ଅଶୋକ ପଟ୍ଟନାୟକ , ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ,ବନବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଆଜି ରଥଟଣା ବେଳେ ରଥର ମୁଖ୍ୟ ମହାରଣା କବିରାଜ ମହାରଣା ଙ୍କ ନେତୃତ୍ୱରେ ମହାରଣା ଓ ସୁଆଁସିଆ ମାନେ ଅକ୍ଲାନ୍ତ ପରିଶ୍ରମ କରିଥିବା ଦେଖିବାକୁ ମିଳିଥିଲା ।