ରାଜ୍ୟର ଦିତୀୟ ଶ୍ରୀକ୍ଷେତ୍ର ଓ ଉପାନ୍ତ ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଠାରେ : ତିନି ଠାକୁରଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ

ଓଡ଼ିଶା ତାଜା ନ୍ୟୁଜ୍/୨ ଜୁଲାଇ ଶନିବାର/ପାରଳାଖେମୁଣ୍ଡି :- ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ଵଜ , ଦର୍ପଦଳନ, ଓ ନନ୍ଦିଘୋଷ ରଥ ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀ ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତରା ଅବସରରେ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା । ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେବା ପରେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା . ।

ଏହି ଅବସରରେ ତିନି ଠାକୁରଙ୍କ ରଥ ଉପରେ ଛେରା-ପଅଂରା କାର୍ଯ୍ୟକ୍ରମ ପାଇଁ ରାଜ ପ୍ରାସାଦରୁ କଲ୍ୟାଣୀ ଗଜପତି ନାରାୟଣ ଦେବ ପାଲିଙ୍କି ଗାଡିରେ ଆସିତିନି ରଥରେ କଲ୍ୟାଣୀ ଗଜପତି ନାରାୟଣ ଦେଓ ଛେରା ପାଅଂରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅପରାହ୍ନ ୪ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁ ରଥଯାତ୍ରା ହୋଇ ନ ଥିଲା । ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷଆଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ।

ମା ଶୁଭଦ୍ରାଙ୍କ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ । ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଶ୍ରୀ ଜୟରାମ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ ।