ନଭି ମୁମ୍ବାଇରେ ରଥଯାତ୍ରା , ଛେରାପହଁରା କଲେ ଓଡ଼ିଆ ପୁଅ, ବର୍ଷାରେ ରଥ ଟାଣିଲେ ଭକ୍ତ

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ଭୁବନେଶ୍ୱର,ମୁମ୍ବାଇ :-  ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା କରାଯାଇଥିଲା । ଏହି ଅବସରରେ ଠାକୁରଙ୍କ ପହଣ୍ଡି ବିଜେ ଓ ନୀତି ପୂଜା ପରେ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରିଥିଲେ ।

ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା । ଏହା ପରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ପ୍ରାୟ ୧୦ହଜାର ଏହି ଯାତ୍ରାରେ ସାମିଲ ହୋଇଥିଲେ । ବର୍ଷାରେ ରଥ ଟାଣି ଭକ୍ତମାନେ ନଭି ମୁମ୍ବାଇର ଖରଘର ସେକ୍ଟର ୩ରୁ ସେକ୍ଟର ୧୨ ପର୍ଯ୍ୟନ୍ତ ରଥ ଟାଣି ନେବା ପରେ ମାଉସିମା ମନ୍ଦିରକୁ ନେଇଥିଲେ । ଏହା ପରେ ପ୍ରସାଦ ସେବନ ଓ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।