ରଣପୁର ପୋଲିସ ଙ୍କ ର ଆଉ ଏକ ସଫଳତା – ଦୁର୍ଦାନ୍ତ ଡକାୟତ ପପୁ ରାଉଳ ଗିରଫ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା ,ରଣପୁର,ରିପୋର୍ଟ /ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ୧୯ ମଇ,ମଙ୍ଗଳବାର :- ରଣପୁର ସମେତ ବିଭିନ୍ନ ଥାନା ଅଚଂଳରେ ଅନେକ ଡକାୟତ କରି ପୁଲିସ ଆଖିରୁ ନିଦ ହଜେଇ ଦେଇଥିବା ଡକାୟତ ପପୁ ରାଉଳକୁ ଆଇ ଆଇସି ରଶ୍ମି ରଞ୍ଜନ ଦାଶ ଗିରଫ କରି କୋଟ ଚାଲଣ କରିଛନ୍ତି । ପପୁ ରାଉଳ ର ଘର ଖୋର୍ଦ୍ଦା ନିକଟସ୍ଥ ତାପଙ୍ଗ ରେ । ସେ ଏକ ନୂଆ ଡକାୟତ ସଂଗଠନ ଗଢି ରଣପୁର ସମେତ ବିଭିନ୍ନ ଥାନା ଅଚଂଳରେ ଡକାୟତ ଚଳାଇଥିଲା । ବିଭିନ୍ନ ଥାନାରେ ପପୁ ନାମରେ ୧୨ ଟି ମାମଲା ଥିବାଜଣାଯାଇଛି । ରଣପୁର ର ଏକ ଡକାୟତି ଘଟଣାରେ ପପୁ ମାଷ୍ଟର ମାଇଣ୍ଡ ଥିଲା ବୋଲି ପୁଲିସ କହିଛି ।

ଏକ ଡକାୟତି ଘଟଣା ପରେ ତା ଗୋଷ୍ଠିର ୫ ଜଣଙ୍କୁ ରଣପୁର ପୁଲିସ ପୂର୍ବରୁ ଗିରଫ କରିଥିଲା । ଏବେ କରୋନା ଯୋଗୁ ପପୁ କେଉଁଆଡେ ଯାଇପରୁନଥିଲା । ଜାତୀୟ ରାଜପଥରେ ଏକ ଡକାୟତ ଯୋଜନା କରୁଥିବାବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ପପୁ କୁ ଗିରଫ କରିଥିଲା । ପୁଲିସ ୩୧/୨୦ ରେ ଏକ ମକଦ୍ଦମା ରୁଜୁ କରି ପପୁକୁ କୋଟ ଚାଲଣ କରିଥିଲା । ପରେ ଡକାୟତ ଙ୍କ ଠାରୁ କୁକୁଡା ଗାଡ଼ି ଜବତ କରାଯାଇଛି ତାର ଜାମିନ ନାମାଞୁର ହେବାରୁ କୋଟ କୁ ପଠାଇ ଦିଆଯାଇଛି ।