ପାରଳାଖେମୁଣ୍ଡି ଠାରେ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ୨୩୯ତମ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରେ ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ତମ ଜୟନ୍ତୀ ମହାସମାରୋହରେ ପାଳିତ l ପାରଳଖେମୁଣ୍ଡି ର ଗୌରବ ଓଡ଼ିଶାର ଗର୍ଵ ରୀତି ଶ୍ରେଷ୍ଠ ବିଶିଷ୍ଟ ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ତାଙ୍କର କୃତି ଗୋପାଳକୃଷ୍ଣ ପଦାବଳୀ ପାଇଁ ଯୁଗେ ଯୁଗେ କାଳଜୟୀ ହୋଇ ରହିଥିବେ । ଗୋପାଳକୃଷ୍ଣ ଙ୍କ ୨୩୯ ତମ ଜୟନ୍ତୀ ପାଳନ ଉପଲକ୍ଷେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ସ୍ମୃତିଚାରଣ ସମାବେଶ ଆଜି ଅନୁଷ୍ଠିତ ହୋଇସାରିଛି ।

ଅନୁଷ୍ଠାନର ସଭାପତି ହରିମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ଓ ସଂସ୍କୃତିକ ସମାବେଶରେ ଅନୁଷ୍ଠାନର ମୁଖ୍ୟ ତଥା ଉପଦେଷ୍ଟା ଡକ୍ଟର ଭୁବନେଶ୍ୱର ପଟନାୟକ ସ୍ଵାଗତ ସମ୍ଭାଷଣ ଦେଇଥିବାବେଳେ, ପ୍ରମୋଦ ଚନ୍ଦ୍ର ପାଢ଼ୀ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆକାଶବାଣୀ କଣ୍ଠଶିଳ୍ପୀ ବି. କମୋଳାଙ୍ଗୀ ଗୋପାଳକୃଷ୍ଣ ଙ୍କ ରଚିତ ସଂଗୀତକୁ ପ୍ରାରମ୍ଭିକ ସଙ୍ଗୀତ ଭାବେ ଗାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ବାର୍ଷିକ ବିବରଣୀ ପାଠକର୍ଥିଲେ । ଅମ୍ଳIନ ପ୍ରତିଭାଧର ଗୋପାଳକୃଷ୍ଣ ଙ୍କ ନାମରେ ଚଳି ଆସୁଥିବା କରଣ ସାହି ବଦଳରେ ଗୋପାଳକୃଷ୍ଣ ସାହି ଭାବରେ ଗ୍ରହଣ କରି ପୋଷ୍ଟଲ ଯୋଗାଯୋଗ ରକ୍ଷା କରିବାପାଇଁ ନିବେଦନ କରାଗଲା ।

ମୁଖ୍ୟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ସ୍ବତନ୍ତ୍ର ଅତିଥି ଅର୍ଚ୍ଚନା ମଙ୍ଗରାଜ,(ଜିଲ୍ଲା, ସଂସ୍କୃତି ଅଧିକାରୀ),ମୁଖ୍ୟ ବକ୍ତା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସମ୍ମାନିତ ବକ୍ତା ଶ୍ୱେତI ପଟନାୟକ, ପଣ୍ଡିତ ନରସିଂହ ଗୌଡ,ଯୋଗଦେଇଥିଲେ । ଗଜପତିର ବିଶିଷ୍ଟ ମୃଦଙ୍ଗ ବାଦକ କଣ୍ଠ ଶିଳ୍ପୀ ଗୁରାଣ୍ଡି ବାସିନ୍ଦା ଗଣପତି ରାଉତ ଙ୍କୁ ଉପଢୌକନ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜୟଲାଭ କରିଥିବା ଛାତ୍ର ଛତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଓଡ଼ିଶୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ବ୍ରଜାନନ୍ଦ ପଟନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ନିତ୍ୟାନନ୍ଦ ଚୌଧୁରୀ,ବିଷ୍ଣୁ ଚରଣ ପଣ୍ଡା, ତ୍ରିପତି ପ୍ରସାଦ ପଣ୍ଡା,ମୂରଲୀଧର ପରିଛା,ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।