ନୟାଗଡ ଜିଲ୍ଲା ର ଜଣେ କରୋନା ଆକ୍ରାନ୍ତ ସୁସ୍ଥ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ )୧୯ ମଇ,ମଙ୍ଗଳବାର, :- ନୟାଗଡ ଜିଲ୍ଲା ରୁ କେତେ ଦିନ ଧରି କରୋନା ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଏହାର ସଂଖ୍ୟା ଆଜି ସୁଦ୍ଧା 10 ରେ ପହଂଚିଛି । ଯାହା ଜିଲ୍ଲାବାସୀଙ୍କ ପାଇଁ ଦୁଃଖ ଆଣିଥିବା ବେଳେ ଆଜି ନୟାଗଡ ଜିଲ୍ଲା ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ପହଂଚିଛି ଯାହା ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତ କରିଛି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଜିଲ୍ଲା ଅନ୍ତର୍ଗତ ଶରଣକୂଳ ନିକଟସ୍ଥ କରଡ଼ା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁ ଥିଲାବେଳେ ସେ ଜଣେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହି ଖବର ସମଗ୍ର ଜିଲ୍ଲାରେ ଆନନ୍ଦ ଖେଳାଇ ଦେବା ସହ ଚିକିତ୍ସା ପାଇଁ ଯାଇଥିବା ଅନ୍ୟ ଆକ୍ରାନ୍ତଙ୍କ ସମେତ ଅନ୍ୟ ମାନଙ୍କର ଦ୍ରୁତ ଆରୋଗ୍ୟ ପ୍ରଭୁଙ୍କ ନିକଟରେ ଜିଲ୍ଲା ବାସି କରିଛନ୍ତି । ଏଥିସହ ଜିଲ୍ଲା ବାସି ଜିଲ୍ଲାପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ କରୋନା ଜିଲ୍ଲାରେ ନିୟନ୍ତ୍ରଣାଧୀନ ଥିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ନିକଟରେ ଖୁସି ବ୍ୟକ୍ତ କରିଛନ୍ତି ।