ନୟାଗଡ଼ ରୁଖୀ ପାହାଡ଼ କୁ ବୁଲି ଯାଇ ବାଟ ଭୁଲିଗଲେ ତିନି ବାଳକ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ )୧୮ ମଇ, ସୋମବାର :- ନୟାଗଡ଼ ଜିଲ୍ଲା ର ମାର୍ଥା କଲୋନୀ ବାସିନ୍ଦା ତିନି ବାଳକ ରୁଖୀ ପାହାଡ଼ କୁ ବୁଲିବାକୁ ଯାଇ ସନ୍ଧ୍ୟା ହୋଇଯିବା ରୁ ବାଟ ନପାଇ ସେହି ତିନି ଜଣ ପାଲା ମଧ୍ୟରୁ ଜଣେ ପିଲା ଫୋନ ମାଧ୍ୟମରେ ଘରକୁ ଜଣାଇବା ଥିଲା ଜଣେ ମହିଳା ଟାଉନ ଥାନା ଅଧିକାରୀ ଙ୍କୁ କହିବାରୁ ଟାଉନ ଥାନାର ଅଧିକାରୀ ଜୟଦୀପ ମହାନ୍ତି ତାଙ୍କ ସ୍ଟାପ

ଫାୟାର ଅଫିସରଠାକୁର ପ୍ରସାଦ ଦଳେଇ ତାଙ୍କ ସ୍ଟାପ, ଫରେଷ୍ଟ ଅଫିସି ର କିଛି କର୍ମଚାରୀ ନୟାଗଡ଼ ବାସିନ୍ଦା ଙ୍କ ସହ ମିଶି ନୟାଗଡ଼ ଏନ.ଏ. ସି ହାଇସ୍କୁଲ ସାମ୍ନା ରାମଚଣ୍ଡୀ ମନ୍ଦିର ଭିତର ଦେଇ ମୁଣ୍ଡିଆ ଉପରକୁ ଚଢି ସେହି ତିନି ଜଣ ପିଲାଙ୍କୁ ଉଦ୍ଧାର କରିଥିଲା ଓ ସେହି ପିଲାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ବୋଲି ଟାଉନ ଥାନା ଅଧିକାରୀ କହିଛନ୍ତି

ତେବେ ନୟାଗଡ ଅଗ୍ନିଶମ ବିଭାଗ ର ଅଧିକାରୀଙ୍କ ସହ କର୍ମଚାରୀ ଙ୍କ ଘନ ଅନ୍ଧକାର ମଧ୍ୟରେ ଏଭଳି ଅକ୍ଲାନ୍ତ ଅବିଶ୍ରାନ୍ତ ପରିଶ୍ରମ ଯୋଗୁଁ 3ଟି ଅମୁଲ୍ୟ ଜୀବନ ରକ୍ଷା ପାଇଗଲା ବୋଲି ସାଧାରଣରେ ଚର୍ଚ୍ଚ ଜୋର ଧରିବା ସହ ନୟାଗଡ ଅଗ୍ନିଶମ ବିଭାଗ ପ୍ରତି ଆନନ୍ଦ ପ୍ରକାଶ ପାଇଛିଏ ସମସ୍ତ ପିଲା 12, 15, 18 ବର୍ଷ ବୋଲି ଜଣା ପଡିଛି