୧୦୮ ଗରା ଜଳ ସ୍ନାନ କରି ଶ୍ରୀବିଗ୍ରହ ମାନେ ଜ୍ବରରେ ପୀଡ଼ିତ : ଶ୍ରୀମନ୍ଦିର ରେ ପାଳିତ ହେଉଛି ଶ୍ରୀ ଜୀଉଙ୍କ ଗୁପ୍ତ ନୀତି

ଓଡ଼ିଶା ତାଜା ନ୍ୟୁଜ୍ / ୧୬ ଗୁରୁବାର / ପୁରୀ :-  ସ୍ନାନବେଦିରେ ୧୦୮ ଗରା ଜଳ ସ୍ନାନ କରି ଜ୍ବରରେ ପୀଡ଼ିତ ଶ୍ରୀବିଗ୍ରହ ମାନଙ୍କ ଗୁପ୍ତ ନୀତି ଆରମ୍ଭ ହୋଇଛି । ବୁଧବାର ଚତୁ୍ଦ୍ଧା ମୂର୍ତ୍ତିଙ୍କ ଅଣସର ପିଣ୍ଡରେ ସ୍ଵତନ୍ତ୍ର ନୀତି ପାଳନ ହେଉଛି । ଏହି ସମୟରେ ପିଣ୍ଡି ସମ୍ମୁଖରେ ପୂଜାଇବେ ପଟ୍ଟିଦିଅଁ । ଏଣୁ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ପଟ୍ଟିଦିଅଁ ବିଜେ ହେବା ପରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ଉପଚାର ନୀତି ଅନୁଷ୍ଠିତ ହେଉଅଛି । ଏହି ଦିନ ମାନଙ୍କ ରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ଦର୍ଶନ ଦେବେ ନାହିଁ । ବିଧି ଅନୁସାରେ ଜଗମୋହନ ରେ ବିଜେ ପଟ୍ଟି ଦିଅଁ ମାନଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥାନ୍ତି ଭକ୍ତ ମାନେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଦେବୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନ ରେ ଅନନ୍ତ ବାସୁଦେବ ଙ୍କୁ ପଟ୍ଟି ଦିଅଁ ରୂପେ ପୂଜା କରାଯାଏ ।
ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂ ଦେବୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ ହୋଇଥାନ୍ତି । ସ୍ନାନ ମଣ୍ଡପ ରୁ ପହଣ୍ଡି ହୋଇ ଅଣସର ପିଣ୍ଡି ରେ ବିଜେ ହେବା ପରେ ଅଣସର ତାଟି ସମ୍ମୁଖରେ ପଟ୍ଟି ଦିଅଁ ପୂଜା ପାଇଛନ୍ତି ।

ମହାପ୍ରଭୁ ଙ୍କ ଚିତ୍ରକର ସେବକ ମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ପଟ୍ଟି ଦିଅଁ ଙ୍କୁ ନିର୍ମାଣ କରିଥାନ୍ତି । ପରେ ଶ୍ରୀମନ୍ଦିର ପକ୍ଷରୁ ଛତି, କାହାଳୀର ପଟୁଆର ଯାଇ ପଟିଦିଅଁଙ୍କୁ ଆଣି ଶ୍ରୀ ମନ୍ଦିର ଜଗମୋହନ ରେ ବିଜେ କରାଯାଇଥିଲା । ଠାକୁରଙ୍କୁ ଜ୍ଵରରୁ ମୁକ୍ତି ପାଇଁ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ଠାକୁର ଅନବସର କାଳୀନ ଗୁପ୍ତ ନୀତି । ମହାପ୍ରଭୁମାନଙ୍କୁ ଏହିଦିନ ମାନଙ୍କରେ ପଥି , ପାଚନ ଓ ଔଷଧର ଆବଶ୍ୟକତା ପଡ଼ିଥାଏ, ଠିକ୍ ସେହିପରି ଶ୍ରୀବିଗ୍ରହଙ୍କ ସେବା ଆରମ୍ଭ ହୋଇଥାଏ ।

ଯଥାଶୀଘ୍ର ସୁସ୍ଥ ହେବା ପାଇଁ ଦଇତାପତି ସେବକ ମାନେ ଠାକୁରଙ୍କ ଏହି ଗୁପ୍ତ ସେବାରେ ଚେରମୂଳି ରୁ ପ୍ରସ୍ତୁତ ବଟିକା ସମେତ ପଣା ଓ ଫଳମୂଳ ଅର୍ପଣ କରିଥାନ୍ତି । ଶ୍ରୀ ବିଗ୍ରହ ମାନେ ଜ୍ଵରରେ ପୀଡ଼ିତ ହେବା ପରେ ଭକ୍ତ ମାନେ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କୁ ଦର୍ଶନ କରିବାର ବିଧି ରହିଛି । ଏବଂ ବୁଧବାର ଠାରୁ ଅଲାରନାଥ ଙ୍କ ଠାରେ ଭକ୍ତ ଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି