ନୟାଗଡ ଅସ୍ଥାୟୀ ପରିବା ମାର୍କେଟ ପି. ଟି ଏସ.ପଡିଆ କୁ ସ୍ଥାନାନ୍ତର

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ )୧୭ ମଇ, ରବିବାର :- କରୋନା ବିଭୀଷିକା ଯୋଗୁଁ ସାମାଜିକ ଦୂରତ୍ୱକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଏଠାକାର ପୌର କର୍ତ୍ତୃପକ୍ଷ ନୟାଗଡ ପରିବା ମାର୍କେଟ କୁ ଏଠାକାର ସରକାରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରର ଥିବା ପଡିଆକୁ ଅସ୍ଥାୟୀ ଭାବେ ଉଠାଇ ନେଇଥିଲେ

ମାତ୍ର ମେ 20 ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଉକ୍ତ ବିଦ୍ୟାଳୟରେ ଦେଖା ହେବାକୁ ଯାଉଥିବାରୁ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ନୟାଗଡ ମୁନିସିପାଲିଟି କର୍ତ୍ତୃପକ୍ଷ ଏହି ଅସ୍ଥାୟୀ ପରିବା ମାର୍କେଟଟିକୁ ଏଠାକାର ପୋଲିସ ଟ୍ରେନିଂ ସ୍କୁଲ ପଡିଆକୁ (P.T.S. GROUND) ଅନ୍ୟାଦେଶ ପର୍ଯ୍ୟନ୍ତ ତା 19.5.2020 ରିଖ ଠାରୁ ଉଠାଇ ନେଇଯାଇଥିବା ଜଣା ପଡିଛି