ଜଟଣୀ ବ୍ଲକ ପାଣ୍ଡିଆବିଲି ଦୟାନଦୀରେ ହେବ ବ୍ରିଜ ନିର୍ମାଣ

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଖୋର୍ଦ୍ଧା-ଜଟଣୀ :- ବହୁ ପ୍ରତୀକ୍ଷିତ ଜଟଣୀ ବ୍ଲକ ପାଣ୍ଡିଆବିଲି ସ୍ଥିତ ଦୟା ନଦୀରେ ହେବ ବ୍ରିଜ ନିର୍ମାଣ । ଆଉ ଏଥିପାଇଁ ସରକାର ପ୍ରାୟ ୪୦ କୋଟି ଟଙ୍କା ମଞ୍ଜୁର କରିଥିବାରୁ ଜଟଣୀ ବ୍ଲକ ଅଧକ୍ଷା ଜୟନ୍ତି ଛୋଟରାୟ , ବିଜେଡି ବ୍ଲକ ସଭାପତି ବ୍ରଜ ପ୍ରଧାନ, ସରପଞ୍ଚ ପ୍ରସନ୍ନ ଛୋଟରାୟ ଓ ଆରକୁ ପରବିନ ପ୍ରମୁଖ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ V K ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ବ୍ରିଜ ନିର୍ମାଣ ଦ୍ୱାରା ଅବିଭକ୍ତ ପୁରୀ ଜିଲ୍ଲାର ସତ୍ୟବାଦୀ,

ଡେଲାଙ୍ଗ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ଗ୍ରାମର ଲୋକମାନେ ଉପକୃତ ହେବା ସହ ଦୀର୍ଘ ବର୍ଷର ଦାବି ପୂରଣ ହେଲା ବୋଲି ଜଣାଇଛନ୍ତି। ସେହିପରି ଏହି ଅଞ୍ଚଳ ବର୍ଷକେ ୫ ମାସ ବାହ୍ୟ ଜଗତରୁ ବିଛିନ୍ନ ରହେ ଆଉ ଏଥିପାଇଁ ଦୀର୍ଘ ୫୦ ବର୍ଷରୁ ଦାବି କରି ଆସୁଥିଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରିଜ ନିର୍ମାଣ ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରି ଥିବାରୁ ମୁଁ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି ବୋଲି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି।