ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଗୁଳି ମାଡ଼ : ଜଣେ ଯୁବକ ମୃତ -୧୪୪ ଧାରା ଜାରି କରିଛି ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ପୁରୀ :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରେ ହୋଇଛି ଗୁଳିମାଡ଼ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଯୁବକ ୨ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ପୂର୍ବରୁ ଶତ୍ରୁତାର ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଆଜି ପୁରୀ ଏମାର ମଠ ନିକଟସ୍ଥ କାକୁଡ଼ିଖାଇ ଛକ ନିକଟରେ ଏହି ଫାୟାରିଂ ହୋଇଥିଲା । ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତଳୁଚ୍ଛ ସାହିର ଶିବରାମ ପାତ୍ର ।

ପୋଲିସ ଏହି ଘଟଣାରେ ଚନ୍ଦନ ବାରିକ ନମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତଙ୍କଠାରୁ ମାରଣାସ୍ତ୍ର ଜବତ ହୋଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ସୂଚନାନୁସାରେ ଶ୍ରୀମନ୍ଦିର ଶିବରାମ ପାତ୍ର ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଜଣେ ଲୋକକୁ ଅଟକ ରଖାଯାଇଥିବା ବେଳେ ବ୍ୟବହୃତ ବନ୍ଧୁକ ଟି ଜବତ କରିଛି ପୋଲିସ ।