ମା’ ମାର୍କୋମା – ବିଷମକଟକ

ମା’ ମାର୍କୋମା ରାୟଗଡା ଜିଲ୍ଲା, ଓଡିଶା

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ରାୟଗଡା :- ମା’ ମାର୍କୋମାଙ୍କର ବର୍ଣ୍ଣନା ସାରଳା ଦାସ ଙ୍କ ଲିଖିତ ମହାଭାରତ ଓ ଚଣ୍ଡୀ ପୁରାଣ ରେ ରହିଛି  l ମହାଭାରତ ଯୁଗରୁ ମା’ ମାର୍କୋମା ପ୍ରସିଦ୍ଧି ଲାଭ କରି ସାରିଥିଲେ l ଜନମାନସରେ ମା’ ମାର୍କୋମାଙ୍କର ଆଦୃତିକୁ ଦେଖି ତତ୍କାଳୀନ ଜୟପୁର ଓ ବିଷମକଟକର ରାଜନ୍ୟବର୍ଗ ତାଙ୍କର ଉପାସନା ନିମନ୍ତେ ବିଷମକଟକଠାରେ ଏହି ମାର୍କୋମା ଶକ୍ତି ପୀଠ ସ୍ଥାପନ କରିଥିଲେ l

ସମୟ କ୍ରମେ ଏହାର ବହୁବିଧ ଉନ୍ନତି ସାଧନ କରାଯାଇଛି ଓ ବର୍ତ୍ତମାନର ମନ୍ଦିର ଭବ୍ୟରୂପ ଧାରଣ କରିଛି l ପୂର୍ବକାଳରୁ ଏଠାରେ ଶାକ୍ତତନ୍ତ୍ର ଆଧାରିତ ପୂଜା ଅନୁଷ୍ଠିତ ହେଉଥିଲା ଯାହାକୁ ଏବେ ମଧ୍ୟ ପରିବର୍ତ୍ତିତ ରୂପେ ପ୍ରଚଳିତ l ସ୍ଥାନୀୟ ଜନସାଧାରଣ ଏଠାରେ ମହାସମାରୋହରେ ଦଶହରା, ନବରାତ୍ରି, ଚଇତି ପରବ ପ୍ରଭୃତି ପାଳନ କରିଥାନ୍ତି l ମା’ ମାର୍କୋମାଙ୍କର ଶରଣାପନ୍ନ ହୋଇ ବହୁତ ଭକ୍ତ ମାନସିକ କରିଥାନ୍ତି l