ପାରଳାଖେମୁଣ୍ଡି ଟାଉନହଲ ପରିସରରେ : ୭ଟି କାରରେ – ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ କାର ଗୁଡ଼ିକ ପୋଡ଼ି ପାଉଁଶ 

ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନହଲ ପରିସରରେ ଥିବା ୭ଟିକାରରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ୭ଟି ଯାକ କାର ସମ୍ପୁର୍ଣ୍ଣ ଭାବରେ ପୋଡିପାଉଁଶ ହୋଇ ଯାଉଛି l ଏହି ଘଟଣାକୁ ନେଇ ସହରରେ ଏକ କୋକୁଆ ଭୟ ଖେଳାଇ ଦେଇଛି l ଘଟଣାରୁ ପ୍ରକାଶ ଯେ ପାରଳାଖେୁଣ୍ଡି ସହରର ମଧ୍ଯ ସ୍ଥଳରେ ଥିବା ଟାଉନ ହଲ ପରିସରରେ ପାରଳାଖେୁଣ୍ଡି ପୌରପରିଷଦ ପକ୍ଷରୁ ,ଅଳିଆ ଆବର୍ଜ୍ଜନା ବାହର କରିବାପାଇଁ ବ୍ୟେବହାର କରାଯାଉଥିବା ବିଭିନ୍ନ ଗାଡ଼ି ପାର୍କିଂ ପାଇଁ

ନିର୍ମାଣ କରଯାଇଥିବା ସେଡ୍ ଭିତରେ ସହରର କେତକ ମାନ୍ୟଗଣ ବ୍ୟକ୍ତ ସେମାନେ ନିଜେ ବ୍ୟବହାରକରୁଥିବା ସେମାନଙ୍କ କାର ଗୁଡ଼ିକୁ ପୌରପରିଷଦ ର ବିନା ଅନୁମତିରେ ଏଠାରେ ଦୀର୍ଘ ମାସ ହେଲା ରଖି ଆସୁଥିଲେ ଗତକାଲି ବିଳମ୍ୱିତ ରାତ୍ରରେ ଦୁର୍ବୃତ୍ତ ମାନେ ଏହି ଗାଡିଗୁଡିକ ଉପରେ ପେଟ୍ରଲ ଢାଳି ନିଆଁ ଲଗାଇ ଦେଇଥିଲେ ଯାହା ଫଳରେ ୭ଟି କାର ମଧ୍ୟରୁ ୫ଟି କାର ସମ୍ପୂର୍ଣ ପୋଡି ଛାରଖାର ହୋଈ ପାଉଁଶ ହୋଇଯାଉଛି l

ଆଉ ଦୁଇଟି କାରର ଗ୍ଲାସ ଭାଙ୍ଗି ଦେଇଥିବା ବେଳେ ଆଂଶିକ ନିଆଁ ଲାଗି ଥିବା ଦେଖିବାକୁ ମିଳିଛି ରାତ୍ରରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା l ଖବର ପାଇ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚିଲାବେଳକୁ ଗାଡ଼ିଗୁଡ଼ିକ ପୋଡି ପାଉଁଶ ହୋଇଯାଇଥିଲା  ପୋଲିସ କୁକୁରକୁ ଘଟଣା ସ୍ଥଳକୁ ନେଈ ତଦନ୍ତ କରାଯାଇଥଲା l ଏହି ଘଟଣା ପୂର୍ବ ଶତ୍ରୁତାକୁ ନେଇ ଘଟିଛି ନା ଆଉ କଣ ରହସ୍ୟ ରହିଛି ଏହା କୁ ନେଇ ପୋଲିସ ତଦନ୍ତ ଜାରୀ ରଖିଛି l ଏହି ଭଳି ଘଟଣା ଗଜପତି ଜିଲ୍ଲାରେ ପ୍ରଥମ ବୋଲି ଜଣାପଡ଼ିଛି l ଏହି ଘଟଣା ରେ ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି l