ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟ୍ସ ଭୁବନେଶ୍ୱରରେ ପଦାର୍ପଣ କଲା

ଡିଜାଇନର ସବ୍ୟସାଚି ଶତପଥି ଓ ସୋ ଷ୍ଟପର ଡାଇନା ପେଂଟିଙ୍କ ସହିତ ସୃଜନଶୀଳ ଅଭିବ୍ୟକ୍ତି, ଗ୍ଲାମରକୁ ନେଇ ଏବଂ ସର୍ବୋପରି ପ୍ରାଇଡର ଏକ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ଭୁବନେଶ୍ୱର :- ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟ୍ସ ଏକ ନିଆରା ଭ୍ରମଣ ଅନୁଭୂତି ସଂପ୍ରତି ଏହା ମନ୍ଦିରମାଳିନି ଭୁବନେଶ୍ୱରରେ ନିଜର ଫେସନ ଓ ଷ୍ଟାଇଲ ଉତ୍ସବକୁ ପାଳନ କରିଛି । ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାସନ ନାଇଟସ ପାଇଁ ଭୁବନେଶ୍ୱରରେ ମେଡ ଅଫ ଆର୍ଟିଷ୍ଟିକ ଫ୍ଲେୟାର ସଂସ୍କରଣ ଏକ ମନୋରମ ଫେସନ, ସଂସ୍କୃତି ଓ ନୃତ୍ୟର ମିଶ୍ରଣର ପ୍ରତୀକ । ମାଜେଷ୍ଟିକ ଭିଭାଂନ୍ତ, ଭୁବନେଶ୍ୱରର ଡିସି ଛକରେ ଏକ ମନୋରମ ସନ୍ଧ୍ୟାରେ ଏକ ସାସ୍କୃତିକ କର୍ଯ୍ୟକ୍ରମ ଓଡ଼ିଆ ଡିଜାଇନର ସବ୍ୟସାଚୀ ଶତପଥିଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ଶିଳ୍ପୀମାନଙ୍କୁ ପ୍ରେରଣା ମିଳିଥିଲା । ବ୍ରହ୍ମପୁରର ପ୍ରିନସ ଡ୍ୟାନସ ଗ୍ରୁପ ଦ୍ୱାରା ଏକ ଆକର୍ଷଣୀୟ ପ୍ରଦର୍ଶନ ସମସ୍ତଙ୍କୁ ମୋହିତ କରିଥିଲା ।

ଅଭିନେତ୍ରି ଡାଏନା ପେଂଟିଙ୍କ ବ୍ୟତୀତ ବହୁ କଳାକାରମାନେ ଯୋଗ ଦେଇଥିଲେ । ଏହି ଫେସନ ନାଇଟ୍ସରେ ସମୃଦ୍ଧ କଳା ପ୍ରତିଭା ଓ ସାଂସ୍କୃତିକ ଏøତିହର ଝଲକ ଦେଖିବାକୁ ମିଳିଥିଲା । ଓଡ଼ିଶାର ସମୃଦ୍ଧ କାରୀଗରି କାମ, ଡିଜାଇନ, ବୁଣାକାରଙ୍କ ଚମତ୍କାରୀତା ଫେସନ ୱାକର ଶୋଭାକୁ ଦ୍ୱିଗୁଣିତ କରିଥିଲା ସନ୍ଧ୍ୟାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ସ୍ୱତନ୍ତ୍ର ସୋକେସ ଜରିଆରେ ସୃଜନାତ୍ମକ କ୍ଷେତ୍ରର ବିଭିନ୍ନ ପ୍ରତିଭାଙ୍କୁ ଦେଖିବାକୁ ମିଳିଥିଲା । ବିଶେଷ କରି ଯୁବପିଢିଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପ୍ରେରଣାର ଉତ୍ସ ରୂପେ ପ୍ରଶଂସା ଲାଭ କରିଥିଲା । ଏହି ଅବସରରେ ଡିଜାଇନର ସବ୍ୟସାଚି କହିଥିଲେ ଯେ ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟ୍ସରେ ଯୋଗ ଦେଇ ମୁଁ ବହୁତ ଆନନ୍ଦିତ । ମୋର ଡିଜାଇନକୁ ପ୍ରଦର୍ଶନ କରିବା ସହିତ ଯୁବ ବର୍ଗଙ୍କ ମନରେ ଗର୍ବ ସୃଷ୍ଟି କରିପାରିବି ବୋଲି ଆଶା ରଖିଛି ।

ମୁଁ ପାରମ୍ପାରିକ ଓ ସ୍ଥାୟୀ ପଦ୍ଧତିକୁ ଆପଣାଇବାକୁ ଭଲ ପାଏ । ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟ୍ସ ସହ ଜଡିତ ହୋଇ ଅଭିନେତ୍ରି ଡାଏନା ପେଂଟି ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଥିଲେ ଯେ, ବାସ୍ତବରେ ଏହା ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ସୃଜନଶୀଳତାର ସ୍ୱାକ୍ଷର ଦେଖିବାକୁ ମିଳିଲା । ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ୍ ନାଇଟ୍ସ ସହିତ ଜଡିତ ହେବା ଏବଂ ସ୍ଥାନୀୟ ଚିତ୍ରକର ସୃଜନଶୀଳତା ଏବଂ ଭୁବନେଶ୍ୱରର କଳା ଓ ଅତିହ୍ୟକୁ ପାଳନ କରୁଥିବା ଏହି ଆଇକନିକ୍‌ ପ୍ଲାଟଫର୍ମରେ ରେମ୍ପ୍ ଚାଲିବା ଅବିଶ୍ୱସନୀୟ ।

ଏହି ଅବସରରେ ପ୍ରିନସ ଡ୍ୟାନସ ଗ୍ରୁପ ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟରେ ଭୁବନେଶ୍ୱରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଥିବାରୁ ବହୁତ ଖୁସି ଥିବା ଜଣାଇଛନ୍ତି । ସଫଳତା ପାଇବା ଲାଗି ଆମକୁ ବହୁ କିଛି ସଂଗ୍ରାମ କରିବାକୁ ପଡିଛି ଏବଂ ଆମର ପ୍ରଦର୍ଶନ ମାଧ୍ୟମରେ, ଆମେ ଯୁବ ପିଡିକୁ ରିସ୍କ ନେବା ତଥା ସେମାନଙ୍କର ପ୍ରାମାଣିକ ସେଲ୍ଫକୁ ଗ୍ରହଣ କରିବାକୁ ପ୍ରେରଣା ଦେବା ପାଇଁ ଲକ୍ଷ୍ୟ ରଖିଛୁ । ଆଗାମୀ ଦିନରେ ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟ୍ସ ଭାରତର ବିଭିନ୍ନ ସହର ଯଥା ଚଣ୍ଡିଗଡ଼, ପୁନେ, ଗୁଆହାଟି, କରନ୍ନଲ, ନୋଏଡା, ୱାରଙ୍ଗଲ, ନାଗପୁର ଏବଂ ଇନ୍ଦୋର ଆଦି ସହରରେ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାଯାଇଛି ।