ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ /୨୨ ମଇ ରବିବାର / କଳାହାଣ୍ଡି :- ବିରଳ ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଧରିବାରେ ବନବିଭାଗ ସଫଳ ହୋଇଛି । କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ କେରାଣ୍ଡିଖୁଣ୍ଟି ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ନର୍ଲା ବ୍ଳକ ଅଧିନ ଟକର୍ଲା ଗ୍ରାମର ଜିତେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ବଜ୍ରକାପ୍ତା ରଖିବା ଅଭିଯୋଗରେ ଜେରା କରାଯାଇଛି ।

ଉଦ୍ଧାର ବଜ୍ରକାପ୍ତାର ଓଜନ ୧୩ କେଜି ଥିବା ଜଣାପଡିଛି ।ଏସଡିଏଫ ଦଳ ପ୍ରଥମେ ଖବର ପାଇ ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କୁ ଖବର ଦେଇଥିଲେ । ବଜ୍ରକାପ୍ତା ଓ ଅଭିଯୁକ୍ତକୁ ଅଟକ ପରେ ଏସିଏଫ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ଵାରା ଏହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ ପାଇଁ ସୂଚନା ମିଳିଛି ।