୫୮ ବୋତଲ ଆସ୍କା 40 ଜବତ : ଚୋରା ମଦ ଜବତ କରିଛି ଚାନ୍ଦପୁର ପୋଲିସ୍

ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ ଚାନ୍ଦପୁର :- ୫୮ ବୋତଲ ମଦ ଜବତ ଗତକାଲି ଚାନ୍ଦପୁର ପୋଲିସ ଏକ ମଟର ସାଇକେଲ ରେ ନେଉଥିବା ଚାଳକଙ୍କ ଠାରୁ ଚୋରା ମଦ ଜବତ କରିଥିବା ଜଣାପଡ଼ିଛି । ଖବର ପାଇ ଚାନ୍ଦପୁର ଥାନା ଅନ୍ତର୍ଗତ ଗୌରଚନ୍ଦ୍ରପୁର ଛକ ନିକଟରୁ ଉକ୍ତ ଚୋରା ମଦ ଚାଲାଣ କରୁଥିବା ମଦ ବ୍ୟବସାୟୀ ଙ୍କ ଉପରେ ଚଢ଼ାଉ କରିଥିଲେ ଚାନ୍ଦପୁର ଥାନା ପୋଲିସ୍ । ସୂଚନାନୁସାରେ ଉକ୍ତ ମଦ ବ୍ୟବସାୟୀଙ୍କ ଠାରୁ ୫୮ ବୋତଲ ଆସ୍କା 40 ଜବତ ହୋଇଥିବା ବେଳେ ମଦ ଚାଲାଣ ରେ ବ୍ୟବହାର କରିଥିବା ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ପୋଲିସ୍ ।

ମଦ ଚାଲାଣ କରୁଥିବା ମହେଶ୍ବର ସ୍ୱାଇଁ ନାମକ ବ୍ୟକ୍ତି ଙ୍କୁ ଗିରଫ କରି ୫୭/୨୨ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ନୟାଗଡ ଜିଲ୍ଲା ନୂତନ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦଶାନୁସାରେ ଚୋରା ଚାଲାଣ ନିଶା ଦ୍ରବ୍ୟ କୁ ନେଇ ଚାନ୍ଦପୁର ପୋଲିସର ତତ୍ପରତା ଦେଖିବାକୁ ମିଳିଛି । ଆଗକୁ ଏଭଳି ନିଶାଦ୍ରବ୍ୟ ଗୁଡ଼ିକର ଚୋରା ଚାଲାଣ ରୋକିବାକୁ ପୋଲିସ ଅଣ୍ଟା ଭିଡ଼ିବ ବୋଲି ଥାନା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।