କଟ୍ରାକୁଣ୍ଡ ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଳୟ ମରାମତି କରିବା ନେଇ ଦାବିପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଗ୍ରାମ ପଂଚାୟତର କଟ୍ରାକୁଣ୍ଡ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ମରାମତି କରିବା ନେଇ ସ୍ଥାନୀୟ ବିଡିଓ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି ।

ଖବର ନେବାରୁ ଜଣାପଡିଛି ଯେ କଟ୍ରାକୁଣ୍ଡ ବିଦ୍ୟାଳୟ ରେ ୪୬ ଜଣ ଛାତ୍ରଛାତ୍ରୀ ଶିକ୍ଷା ଅଧିୟନ କରୁଥିବା ବେଳେ ବିଦ୍ୟାଳୟର ଶ୍ରେଣୀ ଗୃହ କିଛି ସ୍ଥାନରେ ଭାଙ୍ଗି ଯିବା ସହ କାନ୍ଥରୁ ସିମେଣ୍ଠ ଖସୁଥିବା ସହ ଶ୍ରେଣୀ ଗୃହରେ ବର୍ଷା ହେବା ମାତ୍ରା ପାଣି ଜମା ହୋଇ ରହୁଥିବାରୁ ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହ ରେ ବସି ପାଠପଢିବା ଅସୁବିଧାର ସମ୍ମୁଖ୍ୟନ ହେଉଥିବାର ଅଭିଭାବକ ମାନେ ପ୍ରକାଶ କରିଛନ୍ତି ।

ତେବେ ଏସମ୍ପର୍କରେ ଆଗରୁ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ । ତେଣୁ ଶେଷରେ ବାଧ୍ୟ ହୋଇ ଆଜି ପୁଣିଥରେ କଟ୍ରାକୁଣ୍ଡ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିନ ମଲ୍ଲିକଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଏକ ଦାବିପତ୍ର ପଠାଇଛନ୍ତି ।

ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଗକୁ ବର୍ଷା ଦିନ ଆସିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ବିଦ୍ୟାଳୟ ମରାମତି କରିବା ଜରୁରୀ ହୋଇପଡିଛି । ଦାବିପତ୍ର ପ୍ରଦାନ କରିବା ପାଇଁ ଆସିଥିବା ଗ୍ରାମବାସୀ କହିଛନ୍ତି ଯେ ବାରମ୍ବାର କହିବା ପରେ ମଧ୍ୟ ପ୍ରଶାସନ ତରଫରୁ ବିଦ୍ୟାଳୟ ମରାମତି କରା ନ ଗଲେ ଯଦି ଛାତ୍ରୀଛାତ୍ରୀ ମାନଙ୍କ ଉପରେ କିଛି ବିପଦ ଆସେ ତେବେ ପ୍ରଶାସନ ହିଁ ଏହି ଘଟଣା ପାଇଁ ଦାୟୀ ରହିବ ବୋଲି ସିଧାସଳଖ କହିଛନ୍ତି ଅଭିଭାବକ ମାନେ ।

ଦାବିପତ୍ର ପ୍ରଦାନ ସମୟରେ ୱାର୍ଡମେମ୍ବର ଦ।।ରତି ଗତନ,ସଦାଖିଲ, ଲକ୍ଷ୍ମି ପଡାଲ,ଗୁରୁଖରା, ସୋମନାଥ ପଡାଲ, ଅଭି ଖରା, ମଙ୍ଗଳା ଚଲାଣ, ମଙ୍ଗଳା ପଡାଲଙ୍କ ସହ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଏହି ଘଟଣା ପ୍ରତି ତୁରନ୍ତ ରାଜ୍ୟସରକାର ଓ ଶିକ୍ଷାବିଭାଗ ଓ ପ୍ରଶାସନ ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।