ଦାରୁପ୍ରାପ୍ତିସ୍ଥାନରେ ବାର୍ଷିକ ଉତ୍ସବ ଓ ମହାଯଜ୍ଞ

ଓଡ଼ିଶା ତାଜା ନ୍ୟୁଜ୍ /୧୪ ମଇ ଶନିବାର/ଭୁବନେଶ୍ୱର :- ଖୋର୍ଦ୍ଧାର ଦାରୁପ୍ରାପ୍ତିସ୍ଥାନ ଦଧିମାଛ ଗାଡ଼ିଆ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ମନ୍ଦିର ପ୍ରତିଷ୍ଠାର ଚତୁର୍ବିଂଶତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ମହାଯଜ୍ଞରେ ପ୍ରତିଦିନ ବିଭିନ୍ନ ସାଧୁ ସନ୍ଥଙ୍କ ଦ୍ୱରା ପ୍ରବଚନ ଓ ଭଜନ କିର୍ତନ କରାଯାଇଥିଲା । ଏଥିରେ ନ୍ୟାୟଧୀଶ ବିରଜା ପ୍ରସନ୍ନ ଶତପଥୀ ଓ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣାହୂତି କାର୍ଯ୍ୟରେ ସାମିଲ ହେବା ସହ ଉତ୍ସାହିତ କରିଥିଲେ ।

ଶେଷ ଦିବସରେ “ଗୋପରେ ବଢ଼ୁଚି କଳା କହ୍ନେଇ” କୃଷ୍ଣଲୀଲା ପରିବେଷଣ କରାଯାଇଥିଲା । ପ୍ରକାଶ ଥାଉକି, ୧୯୯୬ମସିହାରେ ଏହି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିଲା । ଏହି ଅବସରରେ ଶ୍ରୀରାମ ଚରିତ ମାନସ ପରାୟଣ ପାଠ, ହନୁମାନ ଚାଳିଶା ପାଠ, ଭଜନ, ପୂର୍ଣ୍ଣାହୁତି କରାଯାଇଥିଲା । ଏଥିରେ ବହୁ ଖ୍ୟାତନାମା ପ୍ରବଚକ ଯୋଗ ଦେଇଥିଲେ ।