ନିଷ୍ଠା ପରିବାର ତରଫରୁ ଅଜଣା ଶବ ସତ୍କାର

ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ବରଗଡ଼ :-  ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ବ୍ରିଜ ରୁ ମୃତ ଅବସ୍ଥାରେ ପାଖାପାଖି ୩୦ ରୁ ୩୫ବର୍ଷ ବୟସ ହେବ ଜଣେ ଯୁବକ ଙ୍କ ମୃତ ଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ଉଦ୍ଧାର କରିଥିଲେ ସଦର ଥାନା ପୋଲିସ । ଯୁବକ ଙ୍କ କୌଣସି ପରିଚୟ ନ ମିଳିବାରୁ ତାଙ୍କ ଶବ କୁ ସଂରକ୍ଷଣ କକ୍ଷ ରେ ୭୨ଘଣ୍ଟା ରଖିବା ପରେ

ସଦର ଥାନା ପୋଲିସ SI ବିରେନ୍ଦ୍ର ବାଗ ଙ୍କ ଉପସ୍ଥିତି ରେ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ଯୁବକ ଙ୍କ ଶବ ସତ୍କାର କରାଯାଇଥିଲା।ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ଉପଦେଷ୍ଟା ଦିଲୀପ ସାୱଡିଆ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଦସ୍ୟ ଚିତ୍ର ସେନ ପ୍ରଧାନ, ଶ୍ୟାମ ଭୋଇ,ବିରେନ୍ଦ୍ର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।