ରାଜ୍ୟରେ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ, ସବୁ ଆକ୍ରନ୍ତ ସୁରତ​‌ ଫେରନ୍ତା : ଆକ୍ରାନ୍ତ ସଂଖ୍ୟା ୬୨୪କୁ ବୃଦ୍ଧି – କେନ୍ଦ୍ରାପଡ଼ା

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

କେନ୍ଦ୍ରାପଡ଼ା ଜିଲା ,ରିପୋର୍ଟ , ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍‌ ) ୧୪ ମଇ, ଗୁରୁବାର : – କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଜିଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଫଳରେ କେନ୍ଦ୍ରାପଡ଼ା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୨୪ରେ ପହଞ୍ଚିଛି । ଏହି ନୂଆ ୧୩ କରୋନା ରୋଗୀ ସୁରତ ଫେରନ୍ତା ।

ସୁରତରୁ ଆସିବା ପରେ ସେମାନେ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଆକ୍ରାନ୍ତମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ ରାଜକନିକା ବ୍ଲକର ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାଜ୍ୟରେ ୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୪୨, ଯାଜପୁରର ୧୭, ଭଦ୍ରକର ୯, ଖୋର୍ଦ୍ଧାର ୩ ଏବଂ ସୁନ୍ଦରଗଡ଼ର ୨ ଆକ୍ରାନ୍ତ ରହିଥିଲେ । ଏମାନଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି ସୁରତ ଫେରନ୍ତା ।