ତିନିଦିନରେ ରଥର ୪୨ଟି ତୁମ୍ ବକାମ ଶେଷ ହୋଇଛି

 ଓଡ଼ିଶା ତାଜା ନ୍ୟୁଜ୍ /୦୮ ମଇ ରବିବାର/ ପୁରୀ :- ମହାପ୍ରଭୁଙ୍କ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆଜି ଚତୁର୍ଥ ଦିନରେ ତୁମ୍ବ ବୋଳା କାମ । ଜାରି ରହିଛି କରତ ସେବକମାନେ ରଥ ଅମିନଙ୍କ ନିର୍ଦ୍ଦେଶକ୍ରମେ କାଠକୁ ତୁମ୍ବ ମାପରେ ଗ କରି ତିନି ରଥର ମୁଖ୍ୟ ମହାରଣା ସେବକଙ୍କୁ ଯୋଗାଇ ଦେବା ପରେ ଏଥିରୁ ତୁମ୍ବ ବୋଳା କାମ ଶେଷ ହୋଇଛି । ତିନି ରଥର ୪୨ଟି ତୁମ୍ବ ପାଇଁ ୪୨ଟି କାଠ ଗଣ୍ଠି ଆବଶ୍ୟକ ଥିବାବେଳେ ଏଥିରୁ ୩୦ଟି କାଠ ଗଣ୍ଠି କରତି ସେବକମାନେ ମହାରଣା ସେବକଙ୍କୁ ଯୋଗାଇ ଦେଇଥିଲେ । ୩୦ଟି କାଠ ଗଣ୍ଡିରୁ ୩୦ଟି ତୁମ୍ବ ବୋଳା ଶେଷ ହୋଇଛି ।

ବାରିସିରେ ହାଣି ସାଇଜ୍ କରାଯାଇଛି । ୩୦ଟି ତୁମ୍ବରୁ ନନ୍ଦିଘୋଷ ରଥର ୧୨ଟି, ତାଳଧ୍ଵଜର ରଥର ୧୦ଟି ତୁମ୍ଭ ପାଇଁ କଟକ ସ’ ମିଲ୍‌ରୁ ୧୨ଟି ଫାସି କାଠ ଆସି ପହଞ୍ଚିଛି ରବିବାର କାଠକୁ ତୁମ୍ବ ମାଘରେ କାଟି କରତି ସେବକମାନେ ଯୋଗାଇଦେବା ପରେ ତୁମ୍ବ ବୋଳା କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି ସେପଟେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନ କଣ୍ଟା ନିର୍ମାଣ କାମ ଜାରି ରଖିଛନ୍ତି । ଆଜି ବି ଅରକଣ୍ଟା ତିଆରି କାମ ଜାଗି ରହିଛି । ଆଜି ବି ରଥ ନିର୍ମାଣରେ ମହାରଣା, ଭୋଇ, ଓଝା, କରତି ପ୍ରମୁଖ ସେବକଙ୍କୁ ମିଶାଇ ୬୯ଜଣ କାମ କରୁଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।