ମହାପ୍ରଭୁଙ୍କ ରଥକାଠର ପବିତ୍ରତା ନଷ୍ଟ ହେଉଛି : ରଥକାଠକୁ ଅଇଁଠା ହାତରେ ସ୍ପର୍ଶ କରୁଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର/ପୁରୀ :- ମହାପ୍ରଭୁଙ୍କ ରଥକାଠର ପବିତ୍ରତା ନଷ୍ଟ ହେଉଛି,ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆସୁଥିବା ରଥକାରେ ମାହାତ୍ମ୍ୟ ଅନେକ । ଦାରୁ ଛେଦନ ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ହେଉଛି । ସ୍ଥାନୀୟ ଲୋକେ ଜଳନ କୀର୍ତ୍ତନ କରି ବାର ଛେଦନ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ପୁରୀରେ ରଥକାଠ ପହଞ୍ଚିବା ପରେ ଯଦି କେହି ଉକ୍ତ ବହାରୁ ଆସୁଛନ୍ତି, ଏହାକୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କ ସ୍ପର୍ଶ ଅନୁଭବ କରୁଛନ୍ତି । କିନ୍ତୁ ବଡ଼ଦାଣ୍ଡରେ ଏହି ପବିତ୍ରତାକୁ ନଷ୍ଟଇଣ୍ଟ କରାଯାଉଥିବା ଦେଖିବାକୁ ମିଳୁଛି ।

ବେପାର କରୁଛନ୍ତି । ଏହିଠାରେ ଲୋକେ ଗୁପଚୁପ ଖାଉଛନ୍ତି, ଯାହାର ଅଇଁଠା ପାଣି ରଥକାଠ ଉପରେ ପଡ଼ୁଛି । ଅଇଁଠା ପତ୍ର ବି ଏହିଠାରେ ପଡ଼ୁଛି । ହାତଧୁଆ ପାଣି ବି ରଥକାଠ ଉପରେ ପଡୁଛି । ସେପଟେ ଖଳା ଦୋକାନୀମାନେ ବି ରଥକାଠ ଉପରେ ଖଳା ଓ ଗୁପ୍‌ଚୁପ୍ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଯେଉଁ ଲୋକେ ଖଜା କିଣିବାକୁ ଆସୁଛରି, ସେମାନେ ଏହିଠାରେ ଖଳା ଖାଉଛନ୍ତି ଓ ରଥକାଠକୁ ଅଇଁଠା ହାତରେ ସ୍ପର୍ଶ କରୁଛନ୍ତି। ଯାହାକୁ ନେଇ ଗଳ୍ପ, ସେବାୟତ ମହଲରେ ବିରୋଧ ଆରମ୍ଭ ହୋଇଛି ।

ବଡ଼ଦାଣ୍ଡରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟଠାରୁ ମରିବିକୋଟ ଛକ ପର‌୍ୟ୍ୟନ୍ତ ରାସ୍ତାର ଦୁଇପାର୍ଶ୍ଵରେ ନିଜ ଶହ ଅସନ, ଧଉରା, ପାଶ ଆଦି କାଠ ଗଦା କରି ରଖାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହା ଉପରେ ଏବେ ଦୋକାନୀଙ୍କ ପସରା ମେଲିଛି । ଗୁପଚୁପ ଦୋକାନୀମାନେ ରଥକାଠକୁ ସେବାୟତଙ୍କ କହିବା କଥା, ରଥକାଠ ମହାପ୍ରଭୁଙ୍କ ରଥ ତିଆରି ପାଇଁ ଆସୁଛି ! ପ୍ରଶାସନ ଏତେ ସବୁ ବ୍ୟବସ୍ଥା କରୁଛନ୍ତି, ଚାହିଁଲେ ରଥକାଠକୁ ବ୍ୟାରିକେଡ୍ ଭିତରେ ରଖିପାରିବେ । କିନ୍ତୁ ସେଭଳି କିଛି ପଦକ୍ଷେପ ନିଆଯାଉନି । ଯେଉଁଥିପାଇଁ ଜାଗ ଆଜି ରଥକାଠର ପବିତ୍ରତା ନଷ୍ଟ ହେଉଛି