ପୁରୀରେ କରତି ସେବକମାନେ ୨୦ ଟି ତୁମ୍ବ ଗଡ଼ କରିଛନ୍ତି : ଓଝା ସେବକମାନେ -୨୦ ଗଣ୍ଡା ଲେଖାଁଏ କଣ୍ଟା ପ୍ରସ୍ତୁତ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର/ପୁରୀ :- ପୁରୀ,ରଥ ନିର୍ମାଣର ତୃତୀୟ ଦିନରେ ତୁମ୍ବ ନିର୍ମାଣ କାମ ଜାରି ରହିଛି । ରଥ ଚକ ପାଇଁ କରତି ସେବକମାନେ ଗତକାଲି ସୁଦ୍ଧା ୧୦ଟି ତୁମ୍ବ ଗଡ଼ କରି ତିନି ରଥର ମହାରଣାମାନଙ୍କୁ ଯୋଗାଇ ଦେଇଥିଲେ । ତିନି ରଥର ମହାରଣା ମାନେ ପ୍ରତ୍ୟେକ ଅନୁକୂଳ ତୁମ୍ବକୁ ମିଶାଇ ୩ଟି ଲେଖାଁଏ ତୁମ୍ବକୁ ବାରିସିରେ ହାଣି ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ କରିଥିଲେ ,ଆଜି କରତି ସେବକମାନେ ମୋଟ ୨୦ ଟି ତୁମ୍ବ ଗଡ଼ କରିଛନ୍ତି ।

ଭୋଇ ସେବକମାନେ ଏଥିରୁ ନନ୍ଦିଘୋଷ ରଥ ଚାଳିକୁ ୭ଟି, ଦେବଦଳନ ରଥ ଚାଳିକୁ ୫ଟି ଏବଂ ତାଳଧ୍ୱଜ ରଥ ଚାଳିକୁ ୮ଟି ଯୋଗାଇ ଦେଇଛନ୍ତି ତାଳଧ୍ୱଜ ରଥର ମହାରଣାମାନେ ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ୪ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ କରି ଆଉ ଦୁଇଟି ତୁମ୍ବର ଗୋଲେଇ  କାର୍ଯ୍ୟ ଜାରି ରଖିଛନ୍ତି ।

ସେହିପରି ଦେବଦଳନ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ମୋଟ୍ ୮ଟି ତୁମ୍ବରୁ ୪ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ମହାରଣା ସେବକମାନେ ଶେଷ କରି ଆଉ ୨ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ନନ୍ଦିଘୋଷ ରଥ ଚାଳିକୁ ଯୋଗାଇ ଦିଆ ଯାଇଥିବା ୧୨ଟି ତୁମ୍ବରୁ ୫ଟିର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇଥିବାବେଳେ

ଆଉ ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରହିଛି । ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଅର କଣ୍ଟା ପ୍ରସ୍ତୁତ ପାଇଁ କାଟିଥିବା ଜିଆଇ ଲୁହାରୁ ଆଜି ୨୦ ଗଣ୍ଡା ଲେଖାଁଏ କଣ୍ଟା ପ୍ରସ୍ତୁତ କରିଛନ୍ତି, ଆଜି ମୋଟ ୬୧ଜଣ ସେବକ ରଥ କାମରେ ନିୟୋଜିତ ଥିଲେ ।