ବଡ଼ସାହି  ତହସିଲଦାର ମମତାଜ ମହାରଣ ଚାକିରୀ ରୁ ନିଲମ୍ବିତ

ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର/ମୟୂରଭଞ୍ଜ, ବଡ଼ସାହି :- ବାଲି ପାଇଁ ବଦନାମ ହେଇଛନ୍ତି ବଡ଼ସାହି ତହସିଲଦାର ମମତାଜ ମହାରଣା I ଖାଲି ବଦନାମ ନୁହେଁ ଚାକିରୀ ରୁ ମଧ୍ୟ ନିଲମ୍ବନ ହେବାକୁ ପଡିଛି I ସୂଚନା ଅନୁଯାୟୀ ବଡସାହି ତହସିଲଦାର ମମତାଜ ମହାରଣା ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗରେ ଅଭିଯୋଗ ଆସିଥିଲା l

ବଡସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଦୁଇ ବାଲିଘାଟକୁ ନେଇ ତହସିଲଦାର ଙ୍କ ନାମରେ ଅଭିଯୋଗ ଆସିବା ପରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଏନଜିଟି ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ ଏବଂ ତାଙ୍କ ନାମରେ ମାମଲା ରୁଜୁ ହୋଇଛି I

ତହସିଲଦାର ଙ୍କୁ ଜିଲ୍ଲା ଛାଡି ନଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ମଧ୍ୟ ତହସିଲଦାର 30 ଏପ୍ରିଲ ରୁ ଅଫିସ ଆସୁନାହାନ୍ତିଚର୍ଚା ହେଉଛି ତାଙ୍କ ନାମରେ ମାମଲା ରୁଜୁ ପରେ ସେ ଫେରାର ହେଇଯାଇଛନ୍ତି ଜିଲ୍ଲା ଛାଡିକି I ତେବେ ତହସିଲଦାର ମମତାଜ ମହାରଣା ଙ୍କୁ ଚାକିରୀ ରୁ ନିଲମ୍ବିତ କରାଯାଇଛି I