ନୟାଗଡ଼ ବଲାଙ୍ଗି ପାର୍କକୁ ପରିଦର୍ଶନ କରି – ପ୍ରଣବ ପ୍ରକାଶ ଦାସ ଖୁସ୍‌

ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ନୟାଗଡ଼ :- ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୟାଗଡ଼ ଗ୍ରସ୍ତରେ ଆସି ବଲାଙ୍ଗି ପାର୍କକୁ ପରିଦର୍ଶନ କରିଛନ୍ତି । ଉକ୍ତ ପାର୍କର ବିଭିନ୍ନ କାର୍ଯ୍ୟକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏହା ନୟାଗଡ଼ର ପରିଚୟ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଛନ୍ତି । ନୟାଗଡ଼ରେ ହୋଇଥିବା ବିକାଶକୁ ସେ ପ୍ରଶଂସା କରିଛନ୍ତି ।

ବଲାଙ୍ଗି ପାର୍କର ବିଭିନ୍ନ ସ୍ଥାନ ଦେଖି ସମସ୍ତ ଅଧିକାରୀ ମାନଙ୍କୁ ପ୍ରଶଂସା କରିଛନ୍ତି । ପାର୍କରେ ଥିବା ସୁଦୃଶ୍ୟ ପୁଷ୍କରିଣୀରେ ବୋଟିଂ, ରୋପ ୱେ, ପିକନିକ ସ୍ଥଳୀ, ଔଷଧୀୟ ଉଦ୍ୟାନ, ଶୈଳ ନିବାସ, କୃତ୍ରିମ ଝରଣା ଆଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁ ରହିଛି । ଏହା ଆଗାମୀ ଦିନରେ ସମସ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ।

ଏହି ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପସ୍ଥିତ ଥିବାବେଳେ ଜିଲ୍ଲାପାଳ ଡ଼ା. ପୋମା ଟୁଡୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରି ଯୋଗ ଦେଇଥିଲେ ।