ଅସହ୍ୟ ଗ୍ରୀଷ୍ମ ପ୍ରବାହ ନିମନ୍ତେ ଜନସାଧାରଣ ହିତ ଉପଲକ୍ଷେ ଛାତ୍ର ବିଜେଡ଼ି ପକ୍ଷରୁ : ଭୁବନେଶ୍ୱରର ସହିଦନଗର ପରିସରରେ ଉଦଘାଟିତ ହେଲା – ଜଳଛତ୍ର

ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ଭୁବନେଶ୍ୱର :- ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସାମାଜିକ କାର‌୍ୟ୍ୟକ୍ରମ ସହ ଜଳଛତ୍ର ବ୍ୟାପକ କରିବା ଦିଗରେ ଚେଷ୍ଟିତ ଛାତ୍ର ବିଜେଡ଼ି ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗରମ ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ଜଲଛତ୍ରର ଆବଶ୍ୟକତା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମାଜ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିବା ନିର୍ଦେଶକୁ ଭିତ୍ତି କରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ହିତ ଉପଲକ୍ଷେ ବିଜୁ ଛାତ୍ର ଜନତା ଦଳ ତରଫରୁ ଭୁବନେଶ୍ବରର ସହିଦନଗର ପରିସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ାଙ୍କ ନେତୃତ୍ୱରେ ଏକ ଜଳଛତ୍ରର ଶୁଭାରମ୍ଭ କରାଯାଇଛି ।

ଏହି କାର‌୍ୟ୍ୟକ୍ରମ କୁ ଉଦଘାଟନ କରିବା ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ- ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ , ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, କର୍ପୋରେଟର ରାଜ କିଶୋର ଦାସ,କର୍ପୋରେଟର ମାନସୀ ସୁନ୍ଦରରାୟ,ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ରୁଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜନସାଧାରଣଙ୍କ ହିତ ଉପଲକ୍ଷେ ଜଳଛତ୍ର ଆୟୋଜନ କରାଯାଉଛି । ଏହି ଜଳଛତ୍ରକୁ ପ୍ରତେକ କଲେଜ କ୍ୟାମ୍ପସ ରେ ବ୍ୟାପକ କରାଯିବ । ଆଗାମୀ ଦିନରେ ରାଜ୍ୟବ୍ୟାପୀ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ ଆୟୋଜନ କରାଯାଉଥିବା ଜଳଛତ୍ର କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମକର୍ତ୍ତା ସଫଳତା ର ସହ ସମାପନ କରିବେ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ରହିଛି । ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଛାତ୍ର ଜନତା ଦଳର ଜନସାଧାରଣ ଙ୍କ ହିତ ନିମନ୍ତେ ଜଳଛତ୍ର ଭଳି ସାମାଜିକ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ।

ତତ୍ ସହିତ ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଅପୂର୍ବ ଅପରୂପା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ମିକୁ ପ୍ରଧାନ,ସଂକେତ ରାୟ, ଦେବସ୍ମିତା ଦାସ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ରଞ୍ଜିତ ଦାସ, ସଂସଦ ନାୟକ, ଶଶିକାନ୍ତ ମିଶ୍ର ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରାଜଲକ୍ଷ୍ମୀ ବେହେରା,ଖୋର୍ଦ୍ଧା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ବିଶ୍ବଦିପ ପ୍ରଧାନ, ଛାତ୍ରନେତା ସମୀରଣ ଦାସ, ରାଜେଶ ପାଣି,ଅନିଲ କୁମାର ମହାନ୍ତି, ସୁଶୀଲ କାନ୍ତ ପ୍ରଧାନ, ଶାଶ୍ଵତ ଲେଙ୍କା, ଆନନ୍ଦ କୁମାର ମଲ୍ଲିକ, ଅସ୍ମିତ୍ ଦାସ,ସୁମନ୍ ସାହୁ, ରୁଦ୍ର ନାରାୟଣ ସାହୁ ଗୋପାଳ ସାହୁ,ସମେତ ଅନେକ ପ୍ରମୁଖ ଯୁବ ଛାତ୍ର ନେତୃବୃନ୍ଦ ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ପରିଚାଳନା କରୁଥିଲେ ।