ରାଜ୍ୟରେ ଆଜି ୭୩ଜଣ କରୋନା ପଜିଟିଭ୍ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ଛୁଇଁଛି ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ୧୪ ମଇ, ଗୁରୁବାର :- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ଛୁଇଁଛି । ଆଜି ସକାଳେ ୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଏହି ୭୩ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩, ଯାଜପୁରରୁ ୧୭, ଗଞ୍ଜାମରୁ ୪୩, ସୁନ୍ଦରଗଡ଼ ୨, ଭଦ୍ରକରୁ ୯ । ଖୋର୍ଦ୍ଧାର ୩ଜଣ ସମସ୍ତେ ସୁରଟ୍ ଫେରନ୍ତା ଓ ସେମାନେ ସମସ୍ତେ କ୍ୱାରେଣ୍ଟାଇନରେ ଅଛନ୍ତି । ଗଞ୍ଜାମରେ ୪୩ଜଣ ଯାକଙ୍କ ସୁରଟ୍ ଫେରନ୍ତା ଓ କ୍ୱାରେଣ୍ଟାଇନ ସେଣ୍ଟରେ ଅଛନ୍ତି । ସୁନ୍ଦରଗଡ଼ରୁ ୨ଜଣ କଣ୍ଟେନ୍ମେଣ୍ଟ୍ ଜୋନ୍ ଅଚଂଳର ।

ଭଦ୍ରକର ୯ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି । ସେମାନଙ୍କ ଭିତରୁ ୫ଜଣ ସୁରଟ୍ ଫେରନ୍ତା । ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା । ସୁନ୍ଦରଗଡ଼ ଚିହ୍ନଟ ହୋଇଥିବା ୨ଜଣ ଚିହ୍ନଟ ହୋଇଥିବା ଘଟଣା ଚିନ୍ତାର କାରଣ ହୋଇଛି । ଏମାନେ କଣ୍ଟେନ୍ମେଣ୍ଟ୍ ଜୋନ୍ ଅଂଚଳର ଏମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଯାଜପୁରର ୧୭ଜଣ ସମସ୍ତେ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୪୩ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪୬୫ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।