ବିମାନ ଓ ରେଳରେ ଓଡିଶା ଫେରୁଥିବା ଯାତ୍ରୀଙ୍କ : ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ,ବୁଧବାର ୧୩ ମଇ : – ସମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି ଅତିରକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍ଆର୍ସି ପ୍ରଦୀପ ଜେନା । ଦେଇଥିବା ସୂଚନା ଅନୁଯାୟୀ ଯେଉଁମାନେ ରେଳ କିମ୍ବା ବିମାନରେ ଓଡ଼ିଶାକୁ ଆସିବେ ସେମାନେ ପ୍ରଥମେ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ନାଁ ପଞ୍ଜୀକରଣ କରିବେ । ଯଦି କୌଣସି କାରଣରୁ କେହି ପଞ୍ଜୀକରଣ କରିପାରି ନାହାନ୍ତି ତେବେ ସେମାନଙ୍କ ତଥ୍ୟ ଭାରତ ସରକାର ଅଥବା ରେଳ କର୍ତ୍ତୃପକ୍ଷଙ୍କଠାରୁ ଅଣାଯିବ । ଏହା ମିଳିବ ପରେ ରାଜ୍ୟ ସରକାରଙ୍କ ଇଲେକ୍ଟୋନିକ୍ ଓ ଆଇଟି ବିଭାଗ କଲ୍ ସେଣ୍ଟରରେ ସମ୍ପୃକ୍ତ ଯାତ୍ରୀଙ୍କ ସହ ଯୋଗାଯୋଗ କରାଯାଇ ତଥ୍ୟ ସଂଗ୍ରହ କରାଯିବ ।

ସେହିପରି ଯେଉଁ ଯାତ୍ରୀମାନେ ବିମାନରେ ଆସିବେ ସେମାନେ ପ୍ରଥମେ ପଞ୍ଜୀକରଣ କରିବେ । ବିମାନଯାତ୍ରୀଙ୍କ ଯେତିକି ତଥ୍ୟ ମିଳିବ ତାକୁ ଜିଲାଓ୍ବାରୀ ଓ ସହରାଞ୍ଚଳ ଅଧିକାରୀଙ୍କ ପାଖକୁ ପଠାଯିବ । ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସହରାଞ୍ଚଳ ୱାର୍ଡ ନୋଡାଲ ଅଫିସରଙ୍କୁ ପଠାଯିବ । ବିମାନରୁ ୨୦ ଜଣିଆ ବ୍ୟାଚ୍ କରି ଅଣାଯାଇ ଟର୍ମିନାଲ ବାହାରେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ । ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ । କାହାର କୋଭିଡ-୧୯ ଲକ୍ଷଣ ଥିଲେ ତାଙ୍କୁ ଅଲଗା କରାଯାଇ ମୁନିସିପାଲ କର୍ତ୍ତୃପକ୍ଷଙ୍କୁ ନେଇ ପରୀକ୍ଷଣ ଓ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରାଯିବ । ବିମାନବନ୍ଦରରୁ ବାହାରିବା ପରେ ନିଜ ଗାଡ଼ିରେ ଯିବା ବ୍ୟବସ୍ଥା କରରିପାରିବେ।

ଏଥିସହ ସେଠାରେ ଅତି ସୀମିତ ମାତ୍ରାରେ ଓଲା ଓ ଉବେର ଗାଡ଼ି ଉପଲବ୍ଧ ରହିବ । କ୍ରୁଟ୍ ପକ୍ଷରୁ କଟକ ଓ ଅନ୍ୟାନ୍ୟ ସ୍ଥାନକୁ ମୋ ବସ୍ ସେବା ସୀମିତ ଭାବେ ସେବା ଯୋଗାଇ ଦେବ । ହୋମ କ୍ୱାରାଣ୍ଟାଇନ୍ରେ ୨୮ ଦିନ ରହିବେ । ସରକାରଙ୍କ ନିୟମ ମାନିବେ । ଯଦି ସେମାନେ ଏଥିରେ ଖିଲାପ କରନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଓ ଅନ୍ୟାନ୍ୟ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯିବ । ତାଙ୍କ ଘର ଆଗରେ କ୍ୱାରାଣ୍ଟାଇନ୍ ବୋର୍ଡ ଲାଗିବ । ଯଦି ଉକ୍ତ ସମୟରେ ଅସୁସ୍ଥତା ଅନୁଭବ କରନ୍ତି ତେବେ ୧୦୪ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରି ଜଣାନ୍ତୁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ । ସେହିଭଳି ରେଳ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଇଛି । ଷ୍ଟେଶନକୁ ସିଲ୍ କରାଯାଇ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ହୋମ୍ କ୍ୱାରାଣ୍ଟାଇନ୍ରେ ରହିବା ସମୟରେ ନିୟମିତ ତଦାରଖ କରାଯିବ । ଯେଉଁମାନେ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯିବେ ସେମାନେ ଟିକେଟ ଦେଖାଇ ସେମାନେ ଯାତ୍ରା କରିପାରିବେ । ପ୍ଲାଟଫର୍ମକୁ ପଶିବା ପୂର୍ବରୁ ତାଙ୍କୁ ସ୍କ୍ରିନିଂ କରାଯିବ । ପରେ ସେମାନେ ସିଧା ଗନ୍ତବ୍ୟସ୍ଥଳକୁ ଯାଇପାରିବେ ବୋଲି ସେ କହିଛନ୍ତି ।