ନୟାଗଡ ଜିଲ୍ଲା ଚାନ୍ଦପୁର କୋଭିଡ -19ହସ୍ପିଟାଲ ରେ ମକଡ୍ରିଲ ଅନୁଷ୍ଠିତ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ ଜିଲ୍ଲା ,ଚାନ୍ଦପୁର,ରିପୋର୍ଟ ,ରାମକୃଷ୍ଣ ରଥ/ ଅଭିମନ୍ୟୁ (ଓଡିଶା ତାଜା ନ୍ୟୁଜ୍‌ ) ନୟାଗଡ ଜିଲ୍ଲା ଚାନ୍ଦପୁର କୋଭିଡ -19ହସ୍ପିଟାଲ ରେ ମକଡ୍ରିଲ ଅନୁଷ୍ଠିତ,୧୩ ମଇ, ବୁଧବାର : – ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ ଅବସ୍ଥିତ ଜିଲ୍ଲାର ପ୍ରଥମ କୋଭିଡ -19 ହସ୍ପିଟାଲ ରେ ରାଜ୍ୟ ସରକାର ଙ୍କ ତରଫରୁ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଡ଼ା. ପୋମା ଟୁଡୁଙ୍କ ପରାମର୍ଶ କ୍ରମେ ଏସ. ସି. ବି. ୟୁନିସେଫ, ହୁ ର ଅଧିକୃତ ଡାକ୍ତର ଦଳ ଆସି ଏହି ମକଡ୍ରିଲରେ ଅଂଶ ଗ୍ରହଣ କରିଥିଲେ । ଏହି ମକଡ୍ରିଲରେ 27ଜଣ ଡାକ୍ତରଙ୍କ ସହ ପାରାମେଡିକାଲ କର୍ମଚାରୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ସି. ଡ଼ି. ଏମ. ଓ ଡ଼ା ଶ୍ୱେତ ମହାପାତ୍ର, ହସ୍ପିଟାଲର ଅଧିକ୍ଷକ ଡ଼ା. ଟି.ସୂର୍ଯ୍ୟ ରାଓ. ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ୟୁନିସେଫ ତରଫରୁ ଡ଼ା. ଅନିଲ ପଟ୍ଟନାୟକ , ହୁ ର ଡ଼ା. ସୁବ୍ରତ ପଣ୍ଡା ପ୍ରମୁଖ ହସ୍ପିଟାଲ ପରିଦର୍ଶନ ସହ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଜିଲ୍ଲାପ୍ରଶାସନ ର ଏ ଭଳି ସ୍ୱାସ୍ଥ୍ୟ ସୁରକ୍ଷା ଜନିତ କାର୍ଯ୍ୟକ୍ରମ କୁ ପ୍ରଂଶସା କରିବା ସହ ସାଧାରଣରେ ମଧ୍ୟ ଜିଲ୍ଲା ପ୍ରଶାସନକୁ ପ୍ରଂଶସା କରାଯାଇଛି