ଅର୍ଥ ମନ୍ତ୍ରୀ। MSME କ୍ଷେତ୍ରକୁ ୩ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୂଆଦିଲ୍ଲୀ : ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ବୁଧବାର ୧୩ ମଇ : – ଆତ୍ମ ନିର୍ଭର ଅଭିଯାନ ପ୍ୟାକେଜ ର ବିଧିବଦ୍ଧ ଘୋଷଣା କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ । ଗତକାଲି ମୋଦି ଦେଶ ବାସୀଙ୍କ ଜୀବିକା ବଞ୍ଚାଇବା ଉଦ୍ଦେଶ୍ୟରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସମ୍ପର୍କରେ ଘୋଷଣା କରିଥିଲେ ।

ଲୋକାଲ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତର କୁ ନେବା ପ୍ୟାକେଜ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଲେ ଅର୍ଥ ମନ୍ତ୍ରୀ । ଗଝଗଋ କ୍ଷେତ୍ରକୁ ୩ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ । ଋଣ ପାଇଁ କୋୖଣସି ଗ୍ୟାରେଣ୍ଟି ଦେବାକୁ ପଡ଼ିବନି । ଋଣ ର ଅବଧି ୪ ବର୍ଷ ରହିବ । ୨ଲକ୍ଷ ସଂସ୍ଥା ଏହାଦ୍ବାରା ଉପକୃତ ହେବେ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ସହାୟତା ମିଳିବ ।