ଗଣିତ ମେଧା ବୃତ୍ତି ପରୀକ୍ଷା ରେ କୁମାରୀ ଶ୍ରୀୟାଁଶ୍ରୀ (81%) ପ୍ରତିଶତ ନମ୍ବର ରଖି : କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / କଳାହାଣ୍ଡି ଜିଲ୍ଲା :- ଶିକ୍ଷା ବିକାଶ ସମିତି ଓଡିଶା ଦ୍ୱାରା ପରିଚାଳିତ ହେଉଥିବା, ପ୍ରାଦେଶିକ ମେଧା ବୃତ୍ତି ଓ ଭାରତିକୃଷ୍ନ ଗଣିତ ମେଧା ବୃତ୍ତି ପରୀକ୍ଷା ରେ କୁମାରୀ ଶ୍ରୀୟାଂଶୀ ୮ମ ଓ ୧୦ ମ ସ୍ଥାନରେ ରହି ସାରା ଓଡ଼ିଶାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଆମ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ।  କୁମାରୀ ଶ୍ରୀୟାଁଶ୍ରୀ (81%) ପ୍ରତିଶତ ନମ୍ବର ରଖି  ସାରା ଓଡ଼ିଶାରେ ପ୍ରଥମ ଦଶ ଜଣ ମଧ୍ୟରେ ସ୍ଥାନ ହାସଲ କରି – କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି ।  କଳାହାଣ୍ଡି/ ମୁଖୀଗୁଡା /ଜୟପାଟଣା:- ଓଡ଼ିଶା ଶିକ୍ଷା ବିକାଶ ସମିତି ଦ୍ବାରା ଆୟୋଜିତ ପ୍ରାଦେଶିକ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା -୨୦୨୧/୨୨ ଅନୁଷ୍ଠିତ ହୋଇଥିଲା ।

ଅଧୁନା ମୁଖୀଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ରୀ କୁମାରୀ ଶ୍ରୀୟାଁଶ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ କୁମାରୀ ଶ୍ରୀୟାଁଶ୍ରୀ (81%) ପ୍ରତିଶତ ନମ୍ବର ରଖି ସାରା ଓଡ଼ିଶାରେ ପ୍ରଥମ ଦଶ ଜଣ ମଧ୍ୟରେ ସ୍ଥାନ ହାସଲ କରି କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି । ଇଁରାଜି ଅଧ୍ୟାପକ ଶିଶିର କୁମାର ସାହୁ ଓ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁଙ୍କ ଝିଅ କୁମାରୀ ଶ୍ରୀୟାଁଶ୍ରୀ ସାହୁ । ଶ୍ରୀୟାଁଶ୍ରୀ ଙ୍କ ଜେଜେମା ଙ୍କ ପ୍ରେରଣାରୁ ଶ୍ରୀୟାଁଶ୍ରୀ ଏ ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ଶ୍ରୀୟାଁଶ୍ରୀ ଙ୍କ ପିତା ମାତା ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ଝିଅ ର କଠିନ ଅଧ୍ୟାବସାୟ ଓ ପଢ଼ିବାର ଜିଜ୍ଞାସା ଆଜି ତାଙ୍କ ଝିଅ କୁ ଅତି ଉଚ୍ଚରେ ରଖିଛି ବୋଲି ଅଭିଭାବକ ଖୁସି ବ୍ୟକ୍ତ କରିଛନ୍ତି ।

ଆଗକୁ ମଧ୍ୟ ଏଭଳି ଉଚ୍ଚ ସ୍ଥାନ ହାସଲ କରି ଭବିଷ୍ୟତ ରେ ଏକ ସୁନାଗରିକ ହୋଇ ଗଢି ଉଠିବେ ବୋଲି ଆଶା ରଖିଛନ୍ତି । ପଢୁଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ଏବଂ ଶ୍ରେଣୀ ଶିକ୍ଷୟତ୍ରୀ ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାଙ୍କ ଭୂମିକା ବହୁତ ରହିଛି । ଛାତ୍ରୀ ଶ୍ରୀୟାଁଶ୍ରୀଙ୍କୁ ବିଦ୍ୟାଳୟ ଠାରେ ଶିକ୍ଷକଶିକ୍ଷୟତ୍ରୀ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ । କୁମାରୀ ଶ୍ରୀୟାଁଶ୍ରୀ ସାହୁ (81%) ପ୍ରତିଶତ ନମ୍ବର ରଖି– ନିଜ ଗ୍ରାମ ମ. ରାମପୁର ,ତଳ ସାଗରପଡା ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି ।