ନୟାଗଡ଼ସଦର ମହକୁମାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର – ଦିବ୍ୟାଙ୍କ ବ୍ୟକ୍ତିଙ୍କୁ ଆଶାବାଡ଼ି ଏହି ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଥିଲା

ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ନୟାଗଡ଼ :- ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିରରେ ଜିଲ୍ଲାପାଳ ଡା, ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ ସମୁଦାୟ ୯୯ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୯୩ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୩ଗୋଟିର ଶୁଣାଣି କରାଯାଇ ସମୁଦାୟ ୨୯ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୩ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୪୯୦୦୦|

ଆର୍ଥିକ ଅନୁଦାନ ପ୍ରଦାନ ସହ ୨ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ wheel chair , ଆଉ ଜଣେ ଦିବ୍ୟାଙ୍କ ବ୍ୟକ୍ତିଙ୍କୁ ଆଶାବାଡ଼ି ଏହି ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୬୭ଗୋଟି କେସକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୟାଗଡ଼, ତହସିଲଦାର ନୟାଗଡ଼, ଜିଲ୍ଲାସ୍ତରୀୟ ପଦାଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା. ଟୁଡୁଙ୍କୁ ସହଯୋଗ କରିଥିଲେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲା ପାଇଁ ମଂଜୁର ହୋଇଥିବା ମାଗଣା ଲ୍ୟାପଟପ୍ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ କରକମଳରେ ବିଭିନ୍ନ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଅଧ୍ୟୟନରତ ୪ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ସେମାନଙ୍କ ଉଚ୍ଚଶିକ୍ଷାରେ ଉନ୍ନତି ନିମନ୍ତେ ପ୍ରଦାନ କରିଥିଲେ । ସେହିଛାତ୍ରମାନେ ହେଲେ ନୂଆଗାଁ ପଂଚାୟତ ସମିତିର ଶ୍ରୀ ଚିନ୍ତାମଣି ପ୍ରଧାନ, ଓଡ଼ଗାଁ ପଂଚାୟତ ସମିତିର ଶ୍ରୀ ଶିବରାମ ସାହୁ ଏବଂ ରଣପୁର ପଂଚାୟତ ସମିତିର ଶ୍ରୀ ମାନସ ସାହୁ ଓ ଶ୍ରୀ ଶୁଭେନ୍ଦୁ କୁମାର ନାୟକ ।

ପ୍ରକାଶ ଥାଉକି ଦୃଷ୍ଟିବାଧ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ୨୦୧୩-୧୪ମସିହାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଅଦ୍ୟାବଧୂ ନୟାଗଡ଼ ଜିଲ୍ଲାରେ ମୋଟ ୩୮ଜଣ ଛାତ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କହଁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।