ଶ୍ରୀମାନ ସ୍ଵୟଂ ସୂର୍ଯ୍ୟ ପ୍ରକାଶ (୮୨%) ପ୍ରତିଶତ ନମ୍ବର ରଖି : ସାରା ଓଡ଼ିଶାରେ ଷଷ୍ଠ ସ୍ଥାନ ହାସଲ କରି – ବୋଲଗଡ଼ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି 

ଓଡ଼ିଶା ଶିକ୍ଷା ବିକାଶ ସମିତି ଦ୍ବାରା ଆୟୋଜିତ : ପ୍ରାଦେଶିକ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ୬ ସ୍ଥାନ ଅଧିଗ୍ରହଣ କଲେ – ଶ୍ରୀ ସ୍ଵୟଂ ସୂର୍ଯ୍ୟ ପ୍ରକାଶ

ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ବୋଲଗଡ଼ :- ଓଡ଼ିଶା ଶିକ୍ଷା ବିକାଶ ସମିତି ଦ୍ବାରା ଆୟୋଜିତ ପ୍ରାଦେଶିକ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା -୨୦୨୧/୨୨ ଅନୁଷ୍ଠିତ ହୋଇଥିଲା । ବୋଲଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ଶ୍ରୀମାନ ସ୍ଵୟଂ ସୂର୍ଯ୍ୟ ପ୍ରକାଶ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିରେ ସର୍ବାଧିକ ନମ୍ବର ରଖି ବୋଲଗଡ଼ରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି ।

ତେବେ ଶ୍ରୀମାନ ସ୍ଵୟଂ ସୂର୍ଯ୍ୟ ପ୍ରକାଶ (୮୨%) ପ୍ରତିଶତ ନମ୍ବର ରଖି ସାରା ଓଡ଼ିଶାରେ ଷଷ୍ଠ ସ୍ଥାନ ହାସଲ କରି ବୋଲଗଡ଼ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି । ସୁରେଶ କୁମାର ନାୟକ ଓ ଗୀତାଞ୍ଜଳି ନାୟକଙ୍କ ପୁଅ ଶ୍ରୀମାନ ସ୍ଵୟଂ ସୂର୍ଯ୍ୟ ପ୍ରକାଶ । ସୂର୍ଯ୍ୟ ପ୍ରକାଶ ଙ୍କ ଜେଜେମା ହାରାମଣୀ ନାୟକଙ୍କ ଅଧ୍ୟାପନ ଓ ପ୍ରେରଣାରୁ ସୂର୍ଯ୍ୟ ପ୍ରକାଶ ଏ ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ଶ୍ରୀମାନ ସ୍ଵୟଂ ସୂର୍ଯ୍ୟ ପ୍ରକାଶ ଙ୍କ ପିତା ମାତା ପ୍ରକାଶ କରିଛନ୍ତି ।

ଏତଦବ୍ୟତୀତ ପୁଅ ର କଠିନ ଅଧ୍ୟାବସାୟ ଓ ପଢ଼ିବାର ଜିଜ୍ଞାସା  ଆଜି ତାଙ୍କ ପୁଅ କୁ ଅତି ଉଚ୍ଚରେ ରଖିଛି ବୋଲି ଅଭିଭାବକ ଖୁସି ବ୍ୟକ୍ତ କରିଛନ୍ତି । ଆଗକୁ ମଧ୍ୟ ଏଭଳି ଉଚ୍ଚ ସ୍ଥାନ ହାସଲ କରି ଭବିଷ୍ୟତ ରେ ଏକ ସୁନାଗରିକ ହୋଇ ଗଢି ଉଠିବେ ବୋଲି ଆଶା ରଖିଛନ୍ତି ।

 

ପଢୁଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ବିରଞ୍ଚି କୁମାର ସାହୁ ,ଶ୍ରେଣୀ ଶିକ୍ଷୟତ୍ରୀ  ସ୍ଵର୍ଣ୍ଣପ୍ରଭା ରାଉତ ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାଙ୍କ ଭୂମିକା ବହୁତ ରହିଛି  ।  ଛାତ୍ର ସ୍ଵୟଂ ପ୍ରକାଶ ଙ୍କୁ ବିଦ୍ୟାଳୟ ଠାରେ ଶିକ୍ଷକଶିକ୍ଷୟତ୍ରୀ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ ।