ବସ୍ତା ବ୍ଲକରେ ୧, ବାଲେଶ୍ୱର ଜିଲ୍ଲାରେ ୩୩, ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୯୦

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ବାଲେଶ୍ୱର ଜିଲ୍ଲା ,ରିପୋର୍ଟ , ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍‌ ) ବସ୍ତା ବ୍ଲକରେ ୧, ବାଲେଶ୍ୱର ଜିଲ୍ଲାରେ ୩୩, ବୁଧବାର ୧୩ ମଇ, : – ରାଜ୍ୟରେ କୋରନା ଆକାନ୍ତଙ୍କ ସଂଖ୍ୟା ହୁହୁ ବଢି ଚାଲିଛି । ରାଜ୍ୟର କୋରନା ଆକ୍ରାନ୍ତ ସଂଖ୍ୟା ୫୩୮ ଛୁଇଁ ଥିବା ବେଳେ, ବାଲେଶ୍ୱର ୩୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୯୦କୁ ଛୁଇଁଛି ଆକ୍ରାନ୍ତ ସଂଖ୍ୟା। ପୂର୍ବରୁ ବସ୍ତା ବ୍ଲକ ର ନଟାକଟା ଓ ପାଉଁଶକୁଲି ପଂଚାୟତ ଅଂଚଳରେ ଦୁଇ କୋରନା ଆକ୍ରାନ୍ତ ଚିନ୍ହଟ ପରେ ଏକ ସପ୍ତାହ ପାଇଁ , ଦୁଇଟି ପଂଚାୟତ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ତେବେ ଦୀର୍ଘ ସାତ ଦିନ ପରେ ଆଜି ପୁଣି ନଟାକଟା କଣ୍ଟେନମେଣ୍ଟ ଅଞ୍ଚଳରୁ ଆଉ ଜଣେ ନୂଆ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ।

ସୁରକ୍ଷା ଦୃଷ୍ଟିରି ବାଲେଶ୍ୱର ଜିଲ୍ଲା ପ୍ରଶାଶନ ଆସନ୍ତା ୧୯ ତାରିଖ ରାତ୍ରି ୧୨ ଟା ପର୍ୟ୍ୟନ୍ତ କଣ୍ଟେନମେଣ୍ଟ କଟକଣା ବଢ଼ାଇ ଦେଇଛି । ତେବେ କଣ୍ଟେନମେଣ୍ଟ କୁ ନେଇ ଚାଷୀ ,ଵ୍ୟଵସାୟୀ, ଖଟିଖିଆ,ମଜୁରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ନଟାକଟା କଣ୍ଟେନ୍ମେଣ୍ଟ ଅଞ୍ଚଳରେ ଚାଷୀ,ଵ୍ୟଵସାୟୀ, ଦିନମଜୁରୀୟ ଓ ପୋଲିସ ମୁହାଁ ମୁହିଁ । ତେବେ ଉତ୍ତେଜନା ଘଟଣାକୁ ପୋଲିସ ଅସ୍ୱୀକାର କରିଛି ।