ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେଵ ମହିଳା ଉଚ୍ଚ ବିଦ୍ୟାଳୟର ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ଖୋର୍ଦ୍ଧା ଜଟଣୀ :- ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେଵ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କନ୍ତିଆ ଜଟଣୀ ଖୋର୍ଦ୍ଧାରେ ଗତ ୧୧ ତାରିଖରୁ ଚାଲିଥିବା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ଯୁକ୍ତ ସତ୍ୟ ବ୍ରତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଆୟୋଜିତ ସଭାରେ ପୌରହିତ୍ୟ କରିଥିଲେ । ୮ଦିନ ଧରି ଚାଲିଥିବା ଏହି ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ସଭାରେ ଉଦବୋଧନ ଦେଇ କହିଥିଲେ ଯେ ବର୍ତ୍ତମାନ ସମୟରେ ଛାତ୍ରୀ ମାନେ ଶିକ୍ଷା ସହିତ ଆତ୍ମ କୌଶଳ ସହ ଆତ୍ମ ସୁରକ୍ଷା ପାଇଁ ମଧ୍ୟ ଶିକ୍ଷା ନେବା ଆବଶ୍ୟକ କାରଣ ଏବେ ଯେମିତି ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଜଣେ ଛାତ୍ରୀ ନିଜର ଏହି ଆତ୍ମ କୌଶଳ ବଳରେ ନିଜକୁ ନିଶ୍ଚିତ ରକ୍ଷା କରିବା ସହିତ ନିଜ ସାଙ୍ଗ ସାଥିଙ୍କୁ ମଧ୍ୟ ସାମୟିକ ସୁରକ୍ଷା ଦେଇ ପାରିବ ।

ଯାହାର ସେ ଅନେକ ଉଦାହରଣ ଦେଇ ଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ଓ ଉସ୍ଛାହ ଜାଗ୍ରତ କରିଥିଲେ । ସେହିପରି କାର୍ଯ୍ୟକ୍ରମର ଅଧିକାରୀ ଦିଲୀପ କୁମାର ଜେନା ସରକାରଙ୍କ ଏହି ଆତ୍ମ ସୁରକ୍ଷା ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ସୁଶାନ୍ତ ସାମନ୍ତରାୟ,ବିଷ୍ଣୁ ବଳିଆରସିଂ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ ଏବଂ ପରିଚାଳନା କରିଥିଲେ ।

ସର୍ଵପରି ଆତ୍ମ କାର୍ଯ୍ୟକ୍ରମର ଟ୍ରେନର ଆସମା ବେଗମ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ଦେବା ସହ ଆଧୁନିକ ଯୁଗରେ ନିଜର ସୁରକ୍ଷା ସଙ୍ଗେ ସଙ୍ଗେ ସମାଜ ସେବାରେ କିଭଳି ନିଜକୁ ସାମିଲ କରିପାରିବେ ତାହା ବୁଝାଇ ଥିଲେ । ଶେଷରେ ଅତିଥି ମାନଙ୍କ ଦ୍ଵାରା ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା । ପରି ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମର ସମାପ୍ତିରେ ଶ୍ରୀ ସୁଶାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।