ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର : ପ୍ରସିଦ୍ଧ ନାଟକ ନାଗଫାସ 

ଓଡ଼ିଶା ତାଜା ନ୍ୟୁଜ୍ (୧୯.୦୪.୨୦୨୨,ମଙ୍ଗଳବାର ) ବୌଦ୍ଧ :- ସୋମବାର ଦିନ ନାଟକ ମଞ୍ଚସ୍ତ ହୋଇଥିଲା ସେତୁ ବନ୍ଧ ପ୍ରତିଷ୍ଠା । ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ମଙ୍ଗଳବାର ଦିନ ନବମ ଦିବସରେ ମସ୍ଥ ହୋଇଛି ନାଟକ ନାଗଫାସ ବନ୍ଧନ । ସେତୁ ବନ୍ଧ ପ୍ରତିଷ୍ଠା ପରେ ଲଙ୍କାଗଡରେ ପ୍ରଭୁ ରାମଙ୍କ ସେନା ପ୍ରବେଶ ପରେ ବାନର ସେନା ସହ ରାବଣ ସେନାର ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ରାବଣ ସେନା ପରାସ୍ତ ହେବା ପରେ ରାବଣ ମାୟାକରି ମାତା ସୀତାଙ୍କୁ ରାମଙ୍କ କଟାମୁଣ୍ଡା, ଧନୁତୃଣ ଦେଖାଇବା ପରେ ମାତା ସୀତାଙ୍କ ମନ ଜିଣି ନପାରି ଫେରିଯାଇଥିଲା ।

 

ବିଶାଦ ମନରେ ରାବଣ ପୁତ୍ର ଇନ୍ଦ୍ରଜିତକୁ ନେଇ ସମରଭୁମିରେ ସୁଗ୍ରୀ ସାଥେ ରଣ କରି ମାୟାକରି ଫେରିବା ପରେ ରାବଣ ଅସ୍ତବ୍ୟସ୍ତ ହୋଇଯିବା ପରେ ଇନ୍ଦ୍ରଜିତ ଯୁଦ୍ଧ କରି ନାଗଫାସରେ ବାନ୍ଧିଲା ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କୁ । ଜମ୍ବେବ ଓ ଶୁଶେଣ ବୈଦ୍ୟଙ୍କ ଉପବେଶରେ ରାମଚନ୍ଦ୍ର ଗରୁଡଙ୍କୁ କଲେ ସୁମରଣ । ଗରୁଡ ଆସି ନାଗଫାସରୁ ମୁକ୍ତ କରିଥିଲେ ପ୍ରଭୁ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣଙ୍କୁ । ଏହି ପୌରାଣିକ କଥାବସ୍ତୁକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ । ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବା ବେଳେ ଭବାନି ଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି । ନାଗଫାସ ନାଟକ ଦେଖିବାକୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗି ରହିଥିଲା ।