ଜାକେଡା ପଞ୍ଚାୟତ ରେ ପ୍ରଭାତି ମଳିକ ଓ ସୁମିତ୍ରା ଜାନୀ ଙ୍କ ବାଜିମାତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ମଧ୍ୟରେ ଆଦିବାସୀ ଲୋକମାନଙ୍କୁ ନେଇ  ଜାକେଡା ପଞ୍ଚାୟତ ଗଠିତ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଲଢେଇ ଚାଲିଥିବା ବେଳେ ଆଦିବାସୀ ଲୋକମାନଙ୍କ ସମ୍ମାନ ଏବଂ ଜାକେଡା ପଞ୍ଚାୟତ ର ଉନ୍ନତି ର ଲଢି ବିଜୟୀ ହୋଇଛନ୍ତି ପ୍ରଭାତି ଓ ସୁମିତ୍ରା ।

ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରଭାତୀ ମଳିକ ୮୫୪ ଭୋଟ ପାଇଥିବା ବେଳେ ଜୟନ୍ତୀ ମଳିକ ୭୩୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ସେହିପରି ସରପଞ୍ଚ ପ୍ରାର୍ଥୀନୀ ସୁମିତ୍ରା ଜାନୀ ୮୨୧ ଖଣ୍ଡ ଭୋଟ ପାଇଥିବା ବେଳେ ଜୟନ୍ତୀ ମଳିକ ୪୩୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ଏହି ଦୁଇ ପ୍ରାର୍ଥୀ ଙ୍କ ବିଜୟ ପାଇଁ ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ ଙ୍କ ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ଚାଲିଛି ।

ବିଜୟୀ ହେବା ପରେ ଜାକେଡା ପଞ୍ଚାୟତ କୁ ଏକ ଆଦର୍ଶ ଓ ବିକଶିତ ପଞ୍ଚାୟତ ରୂପେ ଗଢି ତୋଳିବା ସହ ମା ବାଗ ଦେବୀ ଏବଂ  ପଞ୍ଚାୟତ ର ସମସ୍ତ ଜନସାଧାରଣ ନିକଟରେ ରୁଣୀ ହୋଇ ରହିବେ ବୋଲି ବିଜୟୀ ସମିତି ସଭ୍ୟା ପ୍ରଭାତି ମଳିକ ଏବଂ ସୁମିତ୍ରା ଜାନୀ କହିଛନ୍ତି ।