ନୂଆ ଇତିହାସ ରଚିଲା ନୂଆଗାଁ ପଞ୍ଚାୟତ

ଓଡ଼ିଶା ତାଜା ନ୍ୟୁଜ୍ ( ୨ ମାର୍ଚ୍ଚ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ମଧ୍ୟରେ ସଦର ମହକୁମାରେ ଅବସ୍ଥିତ ନୂଆଗାଁ ପଞ୍ଚାୟତ । ୧୫ ଟି ୱାର୍ଡ କୁ ନେଇ ନୂଆଗାଁ ପଞ୍ଚାୟତ ଗଠିତ । ପ୍ରତି ପଞ୍ଚାୟତ ନିର୍ବାଚନ ରେ ଖାଲ ମଡ଼ା ଗ୍ରାମ ରେ ଥିବା ୫ ଟି ୱାର୍ଡ ରୁ ଯେଉଁ ପ୍ରାର୍ଥୀ ଅଧିକ ଭୋଟ ନେଇଥାଏ ସେହି ପ୍ରାର୍ଥୀ ବିଜୟୀ ହୋଇଥାଏ । ଚଳିତ ନିର୍ବାଚନ ରେ ମଧ୍ୟ ତାହା ଘଟିଲା । ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଅମିତା ପରିଡ଼ା ଖାଲ ମଡ଼ା ଗ୍ରାମ ରୁ ସର୍ବାଧିକ  ଭୋଟ ନେଇ  ପ୍ରଥମ ସ୍ଥାନ ରେ ରହି ସସ୍ମିତା କୁମାରୀ ସ୍ୱାଇଁ ଙ୍କୁ ୧୧୪ ଭୋଟ ରେ ପରାସ୍ତ କରିଥିଲେ । ଚାରି ଜଣ ପ୍ରାର୍ଥୀନୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଅମିତା ପରିଡ଼ା ପ୍ରଥମ ସ୍ଥାନ ,ସସ୍ମିତା କୁମାରୀ ସ୍ୱାଇଁ ଦ୍ବିତୀୟ ସ୍ଥାନ ,ରଜନୀ ପ୍ରଧାନ ତୃତୀୟ ସ୍ଥାନ ଏବଂ ଅନୀତା ପ୍ରଧାନ ଚତୁର୍ଥ ସ୍ଥାନ ରେ ରହିଥିଲେ ।

 

ସେହିପରି ଭାବେ ତିନି ଜଣ ପ୍ରାର୍ଥୀନୀ ସମିତି ସଭ୍ୟା ପଦବୀ ପାଇଁ ନିର୍ବାଚନ ଲଢିଥିଲେ ।  ଶ୍ରଦ୍ଧାଞ୍ଜଳି ଶାସମଲ୍ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ଜ୍ୟୋତ୍ସ୍ନା ରାଣୀ ମାର୍ଥା ଙ୍କୁ ୯୯୮ ଭୋଟ ରେ ପରାସ୍ତ କରିଥିଲେ । ଖାଲ ମଡ଼ା ଗ୍ରାମ ରୁ ମଧ୍ୟ ସମିତି ସଭ୍ୟା ସର୍ବାଧିକ ଭୋଟ ପାଇଥିଲେ । ଖାଲ ମଡ଼ା ଗ୍ରାମ ର ସମିତି ସଭ୍ୟା ପ୍ରାର୍ଥୀନୀ  ସୀତା ନାୟକ ୧୦୦ ରୁ କମ୍ ଭୋଟ ପାଇ ତୃତୀୟ ସ୍ଥାନ ରେ ରହିଥିବା ଜଣା ପଡ଼ିଛି । ନୂଆଗାଁ ପଞ୍ଚାୟତ ରେ ଆଜି ପର୍ଯ୍ୟନ୍ତ ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମିଳିତ ଭାବେ  ଏକାଠି ଲଢି କେବେବି  ଜିତି ନଥିଲେ । ଯାହାକି ଚଳିତ ପଞ୍ଚାୟତ ନିର୍ବାଚନ ରେ ଘଟିଲା । ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟା ମିଳିତ ଭାବେ ଲଢି ବିଜୟୀ ହୋଇ ନୂଆ ଇତିହାସ ସୃଷ୍ଟି କଲେ ।

ଖାଲ ମଡା ଗ୍ରାମ ରୁ ବିଜେଡ଼ି  ଜିଲ୍ଲାପରିଷଦ ପ୍ରାର୍ଥୀନୀ ପ୍ରତିମା ଦଳ ବେହେରା  ୭୯୦ ରୁ ଉର୍ଦ୍ଧ୍ବ ଭୋଟ ପାଇଥିବା ଜଣା ପଡ଼ିଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଖାଲମଡା ଗ୍ରାମ ବିଜେଡ଼ି ର ଗଡ ଭାବେ ପ୍ରଥମ ରୁ ରହି ଆସିଛି । ଖାଲ ମଡା ଗ୍ରାମ ବିଜେଡ଼ି କର୍ମୀ  କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି ଗ୍ରାମ ର  ବିଜେଡ଼ି କର୍ମୀ କହିଛନ୍ତି । ବିଜେଡ଼ି ସମର୍ଥିତ   ସରପଞ୍ଚ ପ୍ରାର୍ଥୀନୀ ଅମିତା ପରିଡ଼ା ଏବଂ ସମିତି ସଭ୍ୟା ପ୍ରାର୍ଥୀନୀ ଶ୍ରଦ୍ଧାଞ୍ଜଳି ଶାସମଲ୍ ବିଜୟୀ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଉଚ୍ଚ ଶିକ୍ଷାମନ୍ତ୍ରୀ ଡ ଅରୁଣ କୁମାର ସାହୁ,କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ପ୍ରଦାନ କରିବା ସହିତ ନୂଆଗାଁ ପଞ୍ଚାୟତ ର ସମସ୍ତ ଜନସାଧାରଣ ଙ୍କ ନିକଟରେ ରୂଣୀ  ବୋଲି କହିଛନ୍ତି ।