ଜାକେଡା ସମିତି ସଭ୍ୟା ପ୍ରାର୍ଥୀନୀ ଙ୍କ ଜୋରଦାର ପ୍ରଚାର

ଓଡ଼ିଶା ତାଜା ନ୍ୟୁଜ୍ (୦୧ ମାର୍ଚ୍ଚ ମଙ୍ଗଳବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ରେ ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରଭାତି ମଳିକ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଜାକେଡା ପଞ୍ଚାୟତ ଅନ୍ତର୍ଗତ ବାଡି ବାରି , ବାଗି ଆମ୍ବା,ଲୁଣି,ଜିରି, ତୁକୁଡା, ଚଡ଼କ ମରା ,କୁସି ବିଡା, ଛଣ ବଣିଆ ଆଦି ଗ୍ରାମ ବୁଲି କେଟିଲ୍ ଚିହ୍ନ ରେ ଭୋଟ ଦେବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ ।

ସମିତି ସଭ୍ୟା ଙ୍କ ସହ ୩୦ ଖଣ୍ଡ ଆଦିବାସୀ ମୌଜା ର ସଭାପତି ନରସିଂହ ଜାନୀ,ସମ୍ପାଦକ ଅଇଁଠା ମଳିକ, ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ,ପଞ୍ଚାୟତ ବିଜେଡ଼ି ସଭାପତି ଚନ୍ଦ୍ରମଣି ବେହେରା ପ୍ରମୁଖ ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରଭାତି ମଳିକ ଙ୍କ ସହ ପ୍ରଚାରରେ ସାମିଲ ଥିଲେ । ଜାକେଡା ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ନେଇ ନିର୍ବାଚନ ଲଢୁଥିବା ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରଭାତି ମଳିକ କହିଛନ୍ତି ।