ଓଡ଼ଗାଁ ବ୍ଲକ୍ ୧ନଂ ଓ ୨ନଂ ଜିଲ୍ଲା ପରିଷଦ ଜୋନ – ବିଜେଡ଼ିର ଜିତାପଟ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଫେବ୍ରୁଆରୀ ସୋମବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ୍ ୧ନଂ ଓ ୨ନଂ ଜିଲ୍ଲା ପରିଷଦ ଜୋନ୍ରେ ବିଜେଡ଼ି ଜିତାପଟ କରିଛି । ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ବହୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ୧ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୫୮୮୭ଖଣ୍ତ ଭୋଟରେ ହରାଇ ବିଜୟୀ ହୋଇଥିବା ବେଳେ ୨ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ହରାଇ ୭ହଜାର ୭୩୨ଖଣ୍ତ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ବିଜେଡ଼ି ପଛକୁ ବିଜେପି ଥିବା ବେଳେ କଂଗ୍ରେସ ଲଜ୍ଜାଜନକ ପରାଜୟ ବରଣ କରିଛି । ଗତ ୨୬ତାରିଖ ଦିନ ଭୋଟ ଗଣତିରେ ଜିଲ୍ଲା ପରିଷଦର ବିଜେଡ଼ିର ପ୍ରାର୍ଥୀ ଝିଲ୍ଲି ପ୍ରଧାନ ମୋଟ ୯ଟି ପଂଚାୟତରୁ ୧୫ହଜାର ୯୨୫ଖଣ୍ତ ଭୋଟ ପାଇଛନ୍ତି ।

ତାଙ୍କର ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଧରିତ୍ରୀ ସେଠୀ ୧୦ହଜାର ୩୮ଖଣ୍ତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଏବଂ କଂଗ୍ରେସର ଜ୍ୟେତ୍ସାରାଣୀ ନାୟକ ମୋଟ ୧୩୬୬ଖଣ୍ତ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ମୋଟ ୬୬୧ଖଣ୍ତ ଭୋଟ ନାକଚ ହୋଇଥିବା ଜଣାପଡିଛି। ରୋହିବାଙ୍କ ପଂଚାୟତରେ ସର୍ବାଧିକ ୧୩୫ଖଣ୍ତ ଭୋଟ ନାକଚ ହୋଇଥିବା ସୂଚନାରୁ ଜଣାପଡିଛି। ଗତକାଲି ୨ନଂ ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ପ୍ରାର୍ଥୀ ବିରଜାଲକ୍ଷ୍ମୀ ସାହୁ ୭ହଜାର ୭୩୨ ଖଣ୍ତ ଭୋଟ ପାଇ ବିଜୟୀ ହୋଇଛନ୍ତି। ବିରଜାଲକ୍ଷ୍ମୀ ମୋଟ ୧୪ହଜାର ୧୨୬ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆରତୀ ଗୈୖାଡ଼ ୬ହଜାର ୩୯ ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି କଂଗ୍ରେସ ମୋଟ ୩୨୫ ଖଣ୍ତ ଭୋଟ ପାଇଥିବା ବେଳେ କଳିଙ୍ଗସେନାର ପାଣିବୋତଲ ସଂଯୁକ୍ତା ସେଠୀ ମୋଟ ୯୩ଖଣ୍ତ ଭୋଟ ପାଇଛନ୍ତି । ୨ନଂ ଜିଲ୍ଲା ପରିଷଦ ଆସନରେ ସର୍ବାଧିକ ୪୨୪ଖଣ୍ତ ଭୋଟ ନାକଚ ହୋଇଥିବା ଜଣାପଡିଛି । ବିଜେଡ଼ିର ବିରଜାଲକ୍ଷ୍ମୀ ସାହୁ ନନ୍ଦିଘୋର ପଂଚାୟତରୁ ସର୍ବାଧିକ ୨୩୧୦ଖଣ୍ତ ଭୋଟ ପାଇଥିବାବେଳେ ବିଜେପିର ଆରତୀ ଗୈୖାଡ଼ ଗୈୖାଡ଼ପୁଟ ପଂଚାୟତରୁ ସର୍ବାଧିକ ୧୨୦୭ଖଣ୍ତ ଭୋଟ ପାଇଛନ୍ତି । ଆଜି ଭୋଟ ଗଣତିର ଶେଷ ଦିନରେ ୩ନଂ ଓ ୪ନଂ ଜୋନ୍ରେ ବିଜେଡ଼ି ଆଗୁଆ ଥିବା ଜଣାପଡିଛି ।

ରାତି ୮ଟା ସୁଦ୍ଧା ୩ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ୧୧୬୨ ଖଣ୍ତ ଭୋଟ୍ରେ ଆଗୁଆ ଥିବା ବେଳେ ୪ନଂ ଜୋନରେ ବିଜେଡ଼ି ୧୨୨୮ଖଣ୍ତ ଭୋଟ୍ରେ ଆଗୁଆ ଥିବା ଜଣାପଡିଛି। ୩ନଂ ଜୋନରେ ବିଜେଡ଼ିର ଚିନ୍ମୟୀ ଦାଶଙ୍କ ସହ କୁମାରୀ ପାତ୍ର ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୪ନଂ ଜୋନରେ ବିଜେଡ଼ିର ସଂଯୁକ୍ତା ପଢିଆରୀଙ୍କ ସହ ପ୍ରତିମା ପ୍ରଧାନ ପ୍ରତିଦ୍ବନ୍ଦିତା କରୁଥିବା ଜଣାପଡିଛି।